ANS SUPERFAST [email protected]
୧. ଆଜି ରାଜ୍ୟରେ ୯୮୭ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୧୩ ମୃତ ।
୨. ବେସରକାରୀ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଉପରେ ନିଷ୍ପତ୍ତି ନେବା ଦାୟିତ୍ବ ଛାଡ଼ିଛନ୍ତି ରାଜ୍ୟ ସରକାର । ଆସନ୍ତା ୨୩ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି ।
୩. କୋରାପୁଟ ମଝିରେ ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ । ଏହି ଟ୍ରେନ ଛତିଶଗଡରୁ ବିଶାଖାପାଟଣା ଯାଉଥିବା ବେଳେ ଘଟିଛି ଅଘଟଣ ।
୪. ଟ୍ରେନରୁ କୋଇଲା ଚୋରି କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଗୁରୁତର ।
୫. କନ୍ଧମାଳ ଜିଲ୍ଲାରୁ ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିବା ଲାଗି କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ନିଜେ କଟର ସାହାଯ୍ୟରେ କାଟିଲେ ଗଞ୍ଜେଇ ଗଛ ।
୬. ବାଲିପାଟଣା ବନାଞ୍ଚଳ ଅଧୀନ ୨ବେଆଇନ କରତ କଳ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ, ବିପୁଳ ପରିମାଣରେ ଯନ୍ତ୍ରାଂଶ, ୨ଟି ଟ୍ରାକ୍ଟର, ଦାମୀ କାଠ ଜବତ ।
୭. ମୟୁରଭଞ୍ଜରେ ଚାଲିଛି ଆଇପିଏଲ ବେଟିଂ । ପୋଲିସ ହାତରେ ଧରା ପଡିଛନ୍ତି ୨ ଅଭିଯୁକ୍ତ ।
୮. ଖୋର୍ଦ୍ଧା ସାରୁଅରେ ଓଟିଭିର ଦଳିତ ଜମି ହଡପ ମାମଲାରେ ଓଟିଭିର ଷ୍ଟୁଡିଓ ମ୍ୟାନେଜର ଅନିରୁଦ୍ଧ ପଣ୍ଡା ଗିରଫ ।
୯. ପୋଲାଭରମ ପ୍ରକଳ୍ପକୁ ନେଇ ବିବାଦ ପ୍ରସଙ୍ଗ : ଏନଜିଟିଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମ କୋର୍ଟ ଯିବ ରାଜ୍ୟ !
୧୦. ରାଜ୍ୟରେ ବଢ଼ିବାରେ ଲାଗିଛି ଶୀତ । ସୋନପୁର ହେଉଛି ଥଣ୍ଡା ସହର ।