You are currently viewing ନିଟ୍ ପେପର ଲିକ୍ ମାମଲାରେ ପ୍ରେସମିଟ କରି କେନ୍ଦ୍ର ଉପରେ ବର୍ଷିଲେ ରାହୁଲ

ନିଟ୍ ପେପର ଲିକ୍ ମାମଲାରେ ପ୍ରେସମିଟ କରି କେନ୍ଦ୍ର ଉପରେ ବର୍ଷିଲେ ରାହୁଲ

ଏଏନଏସ: ନିଟ୍ ଓ ୟୁଜିସି ନେଟ୍ ପରୀକ୍ଷାର ଅବ୍ୟବସ୍ଥାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ଗତକାଲି ୟୁଜିସି ନେଟ୍ ପରୀକ୍ଷା ବାତିଲ ହେବା ପରେ ଆଜି ପ୍ରେସମିଟ କରି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ନିଟ୍ ପେପର ଲିକ୍ ମାମଲାରେ ପ୍ରେସମିଟ କରି କେନ୍ଦ୍ର ଉପରେ ବର୍ଷିଲେ ରାହୁଲ। ରାହୁଲ ଗାନ୍ଧୀ ବିଜେପିକୁ ଘେରିବା ସହ ମୋଦୀଙ୍କୁ କଡା ସମାଲୋଚନା କରିଛନ୍ତି।

ରାହୁଲ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ଲିକ୍ ହୋଇ ଯୁବପିଢୀଙ୍କ ଭବିଷ୍ୟତ ସହ ଖେଳ ହୋଇଛି । ଯେଉଁମାନେ ପ୍ରଶ୍ନପତ୍ର ଲିକ୍ କରୁଛନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏବଂ ଏସବୁର ତୁରନ୍ତ ତଦନ୍ତ କରାଯିବା ନିହାତି ଆବଶ୍ୟକ ବୋଲି ରାହୁଲ କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।