You are currently viewing ଭାରତକୁ ୩୫ ହଜାର କୋଟିର ଲାଭ

ଭାରତକୁ ୩୫ ହଜାର କୋଟିର ଲାଭ

ନୂଆଦିଲ୍ଲୀ(୧୯.୯.୨୨) : ୟୁକ୍ରେନ ସହ ଯୁଦ୍ଧ ଯୋଗୁଁ ଭାରତ ୩୫ କୋଟି ଲାଭ କରିଛି । ରିହାତି ଦରରେ ଭାରତ ସରକାର ରୁଷ ଠାରୁ ଅଶୋଧିକ ତୈଳ କିମଣିବାରୁ ୩୫ କୋଟି ଟଙ୍କା ସଞ୍ଚୟ ହୋଇଛି । ରୁଷ ପଡୋଶୀ ୟୁକ୍ରେନ ସହିତ ଯୁଦ୍ଧ କରିବାରୁ ବିଭିନ୍ନ ରାଷ୍ଟ୍ର ମସ୍କୋ ଉପରେ କଟକଣା ଲଗାଇଥିଲେ । ଏଥି ପାଇଁ ରୁଷ ଠାରୁ ଅଶୋଧିତ ତୈଳକୁ ପୂର୍ବରୁ କିଣୁଥିବା ଦେଶଗୁଡିକ ପଛଘୁଞ୍ଚା ଦେଇଥିଲେ । ଆଲୋଚନା ଫଳପ୍ରଦ ହେବା ପରେ ରୁଷ ଠାରୁ ଭାରତ ସରକାର ଶସ୍ତାରେ ଅଶୋଧିତ ତୈଳ କିଣିବାକୁ ନିଷ୍ପତ୍ତି ନେଇଥିଲେ। ବିକଶିତ ରାଷ୍ଟ୍ରଗୁଡ଼ିକ ଭାରତକୁ ଏଥିପାଇଁ ନାଲି ଆଖି ଦେଖାଇଥିଲେ ମଧ୍ୟ ନୂଆଦିଲ୍ଲୀ ପଛଘୁଞ୍ଚା ଦେଇ ନଥିଲା। ଯୋଜନା ଅନୁସାରେ ଭାରତ ସରକାର ରୁଷ ଠାରୁ ଅଶୋଧିତ ତୈଳ ଆମଦାନୀ ଆରମ୍ଭ କରିଥିଲେ।ସ୍ଥିତି ଏପରି ହୋଇଥିଲା ଯେ ତୈଳ ଆମଦାନୀରେ ଚାଇନା ପରେ ଭାରତ ହେଉଛି ରୁଷ ଦ୍ୱିତୀୟ ବଡ଼ ପାର୍ଟନ। ଭାରତ କିଣିଥିବା ମୋଟ ଅଶୋଧିତ ତୈଳର ୧୨% ରୁଷରୁ ଆମଦାନୀ ହେଉଛି। ୟୁକ୍ରେନ ଯୁଦ୍ଧ ପୂର୍ବରୁ ଏହା ୧%ରୁ କମ ଥିଲା। ଜୁଲାଇ ମାସରେ ଭାରତର ଦ୍ୱିତୀୟ ସର୍ବବୃହତ୍ତକାରୀ ତୈଳ ରପ୍ତାନୀକାରୀ ଦେଶ ଭାବେ ରୁଷ ମାନ୍ୟତା ପାଇଥିଲା। ଫଳରେ ସାଉଦ ଆରବ ତୃତୀୟ ସ୍ଥାନକୁ ଖସି ଯାଇଥିଲା। କିନ୍ତୁ ଅଗଷ୍ଟରେ ଏହି ସ୍ଥିତି ବଦଳିବା ସହ ରିୟାଦ ପୁଣି ଦ୍ୱିତୀୟ ସ୍ଥାନକୁ ଫେରିଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।