ନିର୍ବାଚନ ପୂର୍ବରୁ ସରକାରଙ୍କ ଉପହାର

ଗୁଜୁରାଟ (୧୮.୧୦.୨୨) : ଗୁଜୁରାଟ ସରକାର ଦୀପାବଳି ଏବଂ ବିଧାନ ସଭା ନିର୍ବାଚନ ପୂର୍ବରୁ ଜନତାଙ୍କୁ ବଡ ଉପହାର ଦେଇଛନ୍ତି । ରାଜ୍ୟ ସରକାର ସୋମବାର ୧୭ ଅକ୍ଟେବରରେ ପିଏମ ଉଜ୍ଜଳା ଯୋଜନାର ଲାଭାର୍ଥୀମାନଙ୍କୁ ଦୁଇ ସିଲିଣ୍ଡର ମାଗଣା ଦେବାକୁ ଘୋଷଣା କରିଛନ୍ତି । ଏହା ସହିତ ସିଏନଜି ଗାଡି ମାଲିଙ୍କୁ ମଧ୍ୟ ଖୁସି କରିଛନ୍ତି । ସରକାର ସିଏନ୍‌ଜି ଏବଂ ପିଏଜି ଉପରେ ୧୦ ପ୍ରତିଶତ ଭାଟ ହ୍ରାସ କରିଛନ୍ତି ।

ଏବେ ସିଏନ୍‌ଜି ଉପରେ ଭାଟ୍‌ ହ୍ରାସ ଦ୍ୱାରା ଉପଭୋକ୍ତାମାନଙ୍କୁ ପ୍ରତି କିଲୋ ପିଛା ୬ରୁ ୭ ଟଙ୍କା ଫାଇଦା ମିଳିବ। ସେହିପରି ପିଏନ୍‌ଜିରେ ଉପଭୋକ୍ତାମାନଙ୍କୁ ପ୍ରତି କିଲୋ ପିଛା ୫ରୁ ୬ ଟଙ୍କା ଫାଇଦା ହେବ। ତେବେ ସିଏନ୍‌ଜି ଏବଂ ପିଏନ୍‌ଜିରେ ରିହାତି ଦେଇ ସରକାରଙ୍କ ଉପରେ ୩୦୦ କୋଟିର ବୋଝ ପଡ଼ିବ।

ଏଥିସହ ଏଲ୍‌ପିଜିରେ ଛାଡ୍‌ ଦ୍ୱାରା ବି ମୋଟ ୧୬୫୦ କୋଟିର ବୋଝ ପଡ଼ିବ।ସରକାରଙ୍କ ଏହି ଘୋଷଣାରୁ ୩୫ ଲକ୍ଷ ଏଲ୍‌ପିଜି ଗ୍ରାହକଙ୍କୁ ଫାଇଦା ମିଳି ପାରିବ। ଗୃହିଣୀ ଏବଂ ଗାଡ଼ି ଚାଳକମାନେ ସିଧାସଳଖ ଏହାର ଫାଇଦା ପାଇ ପାରିବେ। କହି ରଖୁଛୁ, ନିର୍ବାଚନ ଆୟୋଗ ହିମାଚଳ ପ୍ରଦେଶର ନିର୍ବାଚନ ତାରିଖ ଘୋଷଣା କରି ଦେଇଥିବା ବେଳେ କୌଣସି ବି ମୁହୂର୍ତ୍ତରେ ଗୁଜରାଟ ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.