You are currently viewing ଟଙ୍କାର ମୂଲ୍ୟରେ ରେକର୍ଡ ହ୍ରାସ

ଟଙ୍କାର ମୂଲ୍ୟରେ ରେକର୍ଡ ହ୍ରାସ

ମୁମ୍ବାଇ(୭.୧୦.୨୨) : ଭାରତୀୟ ମୁଦ୍ରା ଟଙ୍କା ମୂଲ୍ୟରେ ଶୁକ୍ରବାର ରେକର୍ଡ ହ୍ରାସ ହୋଇଛି । ଏଥିରେ ପ୍ରଥମ ଥର ଓପନିଂରେ ୮୨ସ୍ତରରୁ ମଧ୍ୟ ତଳକୁ ଖସିଛି । ପ୍ରାରମ୍ଭିକ କାରବାରରେ ଡଲାର ତୁଳନାରେ ଟଙ୍କା ୮୨.୨୨ ରେ ଖୋଲିଛି । ଫଳରେ ଟଙ୍କା ମୂଲ୍ୟରେ ୦.୪୧ ପ୍ରତିଶତ ବା ୩୩ ପଇସା ହ୍ରାସ ଦେଖା ଦେଇଛି । ଆମେରିକା ଫେଡରାଲ ରିଡର୍ଭ ଅଧିକାରୀଙ୍କ ଗତ ରାତ୍ରିର ବୟାନ ଡଲାର ମୂଲୃ ବୃଦ୍ଧିରେ ସହାୟକ ହୋଇଥିବା ବେଳେ ଟଙ୍କା ମୂଲ୍ୟରେ ଜୋରଦାର ହ୍ରାସ ଦେଖା ଦେଇଛି । ଟଙ୍କାର ମୂଲ୍ୟ ହ୍ରାସ ଦେଖିବାକୁ ଗଲେ ଚଳିତ କ୍ୟାଲେଣ୍ଡର ବର୍ଷରେ ୧୦ ପ୍ରତିଶତରୁ ଅଧିକ ହ୍ରାସ ଦେଖାଗଲାଣି। ଏଥିରେ କେବଳ ୨୦୨୨ରେ ୧୦.୬୦ ପ୍ରତିଶତ ହ୍ରାସ ହୋଇଛି। ଚଳିତବର୍ଷ ଆମେରିକା ଫେଡେରାଲ ରିଜର୍ଭ ଲଗାତାର ସୁଧହାର ବଢେଇ ଚାଲିଛନ୍ତି। ଫଳରେ ଡଲାର ଅଧିକରୁ ଅଧିକ ମଜଭୁତ ହେଉଥିବା ବେଳେ ଟଙ୍କା ମୂଲ୍ୟ ହରାଇ ଚାଲିଛି। ଅଏଲ ଇମ୍ପୋର୍ଟରଙ୍କ ଡଲାର ଚାହିଦା ଓ ସୁଧହାର ବୃଦ୍ଧିର ବଢୁଥିବା ଆଶଙ୍କାରେ ଭାରତୀୟ ମୁଦ୍ରା ଉପରେ ବିପରୀତ ପ୍ରଭାବ ପଡୁଛି। ଯାହାର ଫଳାଫଳ ଶୁକ୍ରବାର ପ୍ରାରମ୍ଭିକ କାରବାରରେ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ହ୍ରାସ ହୋଇ ୮୨.୨୩ ପଇସାକୁ ପହଞ୍ଚିଛି। ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ସାଙ୍ଗକୁ ଡଲାର ଇଣ୍ଡକ୍ସରେ ମଜଭୁତ ହେବା ଯୋଗୁ ଆମେରିକୀୟ ମୁଦ୍ରା ତୁଳନାରେ ଭାରତୀୟ ମୁଦ୍ରା ଗୁରୁବାର ୫୫ ପଇସା ହ୍ରାସ ହୋଇ ସର୍ବକାଳୀନ ନିମ୍ନ ସ୍ତର ୮୨.୧୭ ପଇସା ପ୍ରତି ଡଲାର ହୋଇଥିଲା। ଗୁରୁବାର ପୂର୍ବାହ୍ନରେ ଟଙ୍କା ମଜଭୁତିର ସହିତ ୮୧.୫୨ ସ୍ତରରେ ଖୋଲିଥିଲା। ତେବେ ଡଲାର ମଜଭୁତ ହେବା ଯୋଗୁ ଟଙ୍କା ଉପରେ ଚାପ ବଢିଥିଲା। କାରବାର କାଳରେ ଟଙ୍କାର ୮୧.୫୧ର ଉଚ୍ଚସ୍ତର ସହିତ ୮୨.୧୭ର ନିମ୍ନ ସ୍ତର ମଧ୍ୟ ଦେଖାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।