IndiGo

ବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ବଢିଲା ବିମାନ ଟିକେଟ୍ ଭଡା, ଜାଣନ୍ତୁ କେତେ ରହିଛି ଦାମ୍ ?

ଏଏନଏସ: ବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ବଢିଲା ବିମାନ ଯାତ୍ରାର ଟିକେଟ୍ ଭଡା। ସୂଚନା ଅନୁଯାୟୀ ଯେଉଁ ୱାନ ୱେ ଟିକେଟର ଦାମ ୫ ହଜାର ଟଙ୍କା ଥିଲା ତାହା ଏବେ ୩୦ ହଜାର ଟଙ୍କା ହୋଇଛି। ଆସନ୍ତା ରବିବାର ଦିନ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ବିଶ୍ୱକପର ଫାଇନାଲ ମ୍ୟାଚ ଖେଳାଯିବ। ଟିମ୍ ଇଣ୍ଡିଆ ଏଯାବତ ବିଶ୍ୱକପରେ ଅପରାଜେୟ ରହିଥିବା ବେଳେ ଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିବ ବୋଲି କ୍ରୀଡାପ୍ରେମୀ ଆଶା ରଖିଛନ୍ତି । ତେଣୁ ଗ୍ରାଉଣ୍ଡରେ ମ୍ୟାଚ ଦେଖିବାକୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିଛି । 

ଅନ୍ୟପଟେ ଏହି ଉତ୍ସାହ ମଧ୍ୟରେ ବିମାନ ଟିକେଟର ଚାହିଦା ମଧ୍ୟ ବଢ଼ିଯାଇଛି। ଗୁରୁବାର ସଂଧ୍ୟାରେ ଯେଉଁ ଟିକେଟର ଦାମ ବେଙ୍ଗାଲୁରୁରୁ ଅହମଦାବାଦ ୫ ହଜାର ୭୦୦ ଟଙ୍କା ଥିଲା ତାହା ଏବେ ୩୩ ହଜାର ଟଙ୍କା ହୋଇଛି । ଶନିବାର ସକାଳୁ ସଂଧ୍ୟା ଯାଏଁ ବିମାନର ଟିକେଟ୍ ଭଡା ଏହିପରି ରହିଛି । ସର୍ବାଧିକ ଭଡା ଇଣ୍ଡିଗୋ ବିମାନର ଥିବା ବେଳେ ନୂଆ କରି ବିମାନ ସେବା ଯୋଗାଉଥିବା ଆକାଶ ଏୟାରଲାଇନ୍ସର ଭଡା ୨୮ ହଜାର ୭୭୮ ଟଙ୍କା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।