You are currently viewing ବଢିଲା ରେପୋରେଟ

ବଢିଲା ରେପୋରେଟ

ନୂଆଦିଲ୍ଲୀ(୭.୧୨.୨୨) : ବଢିଲା ରେପୋ ରେଟ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋରେଟ ୩୫ ବେସିସ ପଏଣ୍ଟ ବୃଦ୍ଧି କରିଛି । ଫଳରେ ମହଙ୍ଗା ହେବ ଋଣ । ଆରବିଆଇ ପକ୍ଷରୁ ରେପୋ ରେଟ୍ ୦.୩୫% ବୃଦ୍ଧି କରାଯାଇଛି । ବର୍ତ୍ତମାନ ରେପୋ ରେଟ୍ ୫.୯୦ ପ୍ରତିଶତରୁ ୬.୨୫%କୁ ବୃଦ୍ଧି ପାଇଛି।  ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଆରବିଆଇ ମନିଟାରୀ କମିଟିରେ ଏହି ନିଷ୍ପତ୍ତି ନିଆଯାଇଛି।  ରେପୋ ରେଟ୍ ବୃଦ୍ଧି ପରେ ଋଣ ପରିଶୋଧ ମହଙ୍ଗା ହେବ। ଏହା ସହ ଅନ୍ୟାନ୍ୟ ସାମଗ୍ରୀ ଉପରେ ମଧ୍ୟ ଏହାର ପ୍ରଭାବ ପଡିବା ନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।  ଚଳିତବର୍ଷ ପଞ୍ଚମ ଥର ପାଇଁ ରେପୋ ରେଟ୍ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଯାହାଫଳରେ କାର୍, ହୋମ୍ ଓ ପର୍ସନାଲ ଲୋନ୍ ଆଜି ମହଙ୍ଗା ହେବ ।  ପୂର୍ବରୁ ରେପୋ ରେଟ୍ ୫.୯୦ ପ୍ରତିଶତ ରହିଥିଲା। ରେପୋ ରେଟ୍ ବୃଦ୍ଧି ଯୋଗୁ EMI ବଢିବ । ସେହିପରି ହୋମ୍‌ ଲୋନ୍, କାର୍ ଲୋନ୍ ଓ ପର୍ସନାଲ ଲୋନ୍‌ ମହଙ୍ଗା ହେବ । ଏମପିସି ବୈଠକ ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବୁଧବାର ନୀତିଗତ ଦରବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଦେଶରେ ମୁଦ୍ରାସ୍ଫୀତି ହାରକୁ ୬ ପ୍ରତିଶତ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍ କରିବାକୁ ପଡିବ।

ଅନ୍ୟମାନଙ୍କୁ ଜଣାନ୍ତୁ।