ଭାରତରୁ ପୁଣିଥରେ ରପ୍ତାନୀ ହେବ ଖୁଦ

ନୂଆଦିଲ୍ଲୀ (୧୪.୧୦.୨୨) : ଖୁଦ ରପ୍ତାନୀକୁ ନେଇ କେନ୍ଦ୍ର ସରକାର ବଡ ଘୋଷଣା କରିଛନ୍ତି । ୮ ସେପ୍ଟେମ୍ବର ପୂର୍ବରୁ ଜାରି କରାଯାଇଥିବା ଲେଟର ଅଫ କ୍ରେଡିଟ ବା ଋଣପତ୍ର ଦ୍ୱାରା ୩,୯୭,୨୬୭ ଟନ ଖୁଦ ରପ୍ତାନୀ ପାଇଁ ଅନୁମତି ମିଳିଛି । ବୁଧବାର ଜାରି ଏକ ଅଧିସୁଚନାରୁ ଏହା ଜଣାପଡିଛି ।

ଗତ ସାସରେ ସରକାର ଖୁଦ ରପ୍ତାନୀକୁ ବ୍ୟାନ କରିଥିଲେ । କେନ୍ଦ୍ର ସରକାର ପକ୍ଷରୁ ଜାରି ଅଧିସୂଚନାରେ କୁହାଯାଇଛି ଯେ ୮ ସେପ୍ଟେମ୍ବର ପୂର୍ବରୁ ଦିଆଯାଇଥିବା ଋଣ ପତ୍ର ଦ୍ୱାରା ସମର୍ଥିତ ୩,୯୭,୨୬୭ ଟନ ଖୁଦ ବହୁତ ପରିମାଣରେ ଗଦା ହୋଇ ରହିଛି । ଭାରତ ବିଶ୍ୱରେ ସବୁଠାରୁ ବଡ ଚାଉଳ ରପ୍ତାନୀ ଦେଶ । ଚାଉଳ ବ୍ୟାପାରରେ ସାରା ଦୁନିଆରେ ଭାରତ ଏକା ୪୦ ପ୍ରତିଶତ ଅଂଶ ପୂରଣ କରୁଛି ।

୧୫୦ ଦେଶରୁ ଅଧିକ ଦେଶଙ୍କୁ ଭାରତ ଚାଉଳ ରପ୍ତାନୀ କରିଥାଏ । କିନ୍ତୁ ଦେଶର କିଛି ରାଜ୍ୟରେ ବର୍ଷା କମ ପରିମାଣର ହେବାରୁ ଧାନ ସେହି ପରିମାଣରେ ଚାଷ ହୋଇନଥାଏ । ତେଣୁ ଘରୋଇ ଆବସ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏପରି ନିସ୍ପତି ନେଇଛନ୍ତି ।

Leave A Reply

Your email address will not be published.