You are currently viewing ଦୀପାବଳିରେ ଚମକିବ ସୁନା

ଦୀପାବଳିରେ ଚମକିବ ସୁନା

ନୂଆଦିଲ୍ଲୀ (୧୨.୧୦.୨୨) : ଦୀପାବଳିରେ ଚମକିବ ସୁନା । ୧୦ ଗ୍ରମ ପିଛା ଏହି ୫୩,୦୦୦ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି ବଜାର ସୂତ୍ରରୁ ଜଣାପଡିଛି । ଗତ ସପ୍ତାହରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିକ ତୈଳ ଦର ପ୍ରାୟ ୧୨% ବୃଦ୍ଧି ପାଇଛି । ବିଶ୍ୱ ବଜାରରେ ମୁଦ୍ରାସ୍ୱୀତି ରେକର୍ଡ ସ୍ତରରେ ପହଞ୍ଚିଛି ।

ଏହା ସହିତ ବିଭିନ୍ନ ରାଷ୍ଟ୍ରର ଷ୍ଟକ ବଜାରରେ ଅସ୍ଥିରତା ଲାଗିରହିଛି । ଏ ଭଳିସ୍ଥିତିରେ ସୁନା ଏବେ ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଛି । ଚାହିଦା ବଢିବା ସହ ଏହା ଦରରେ ବୃଦ୍ଧି ଘଟୁଛି । ଦୀପବେଳି ସୁଦ୍ଧା ଦେଶରେ ୧୦ ଗ୍ରାମ ପିଛା ସୁନା ଦର ୫୩,୦୦୦ ଟଙ୍କା ଛୁଇଁ ପାରେ ବୋଲି ଆଶଙ୍କା କରାଯାଉଛି ।

ବିଶେଷଜ୍ଞଙ୍କ କହିବା ଅନୁସାରେ , ପ୍ରଫିଟ୍ ବୁକିଂ ବି ସୁନା ଦରକୁ ଚଢାଇ ପାରେ । ଡଲାର ତୁଳନାରେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ୮୨ ପାର କରି ୮୨.୪୦ରେ ପହଞ୍ଚିଛି । ଫଳରେ ଆମଦାନୀ ମହଙ୍ଗା ହୋଇଛି । ଯାହାର ପ୍ରଭାବ ସୁନା ଦର ଉପରେ ପଡିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ପାଇଁ ବିଶ୍ୱ ଅର୍ଥ ବ୍ୟବସ୍ଥାରେ କୌଣସସି ପ୍ରକାର ସୁଧାର ଆଶା ନାହିଁ । ଷ୍ଟକ ବଜାରରେ ହ୍ରାସ ଯୋଗୁଁ ସୁନାର ନିବେଶ ବଢୁଛି । ଫଳରେ ଦର ବଢିବ ସ୍ୱାଭାବିକ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।