ନୂଆଦିଲ୍ଲୀ(୨୬.୧.୨୩) : କିଛିଦିନ ତଳେ ମାଇକ୍ରୋସଫ୍ଟ ଓ ଗୁଗଲ ଭଳି ବଡ କମ୍ପାନୀମାନେ କର୍ମଚାରୀ ଛଟେଇ କରିବା ଆରମ୍ଭ କରିଥିବା ବେଳେ ଏବେ କମ୍ପାନୀମାନଙ୍କ ତାଲିକାକୁ ଆସିଛି ଆଇବିଏମ୍ । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଟେକ୍ କମ୍ପାନୀ ଆଇବିଏମ ବୁଧବାର ଦିନ କମ୍ପାନୀରୁ ୩,୯୦୦କର୍ମଚାରୀ ଛଟେଇ କରିବ ବୋଲି ଘୋଷଣା କରିଛି । କମ୍ପାନୀ ପକ୍ଷରୁ ନିଜ କମ୍ପାନୀରୁ କିଛି ଅର୍ଥ ପ୍ରତ୍ୟାହାର କରିବା କ୍ରମରେ ଏଭଳି ପଦକ୍ଷେପ ନେଇଛି । ଏହାସହ କମ୍ପାନୀ ତରଫରୁ କୁହାଯାଇଛି କି ଶେଷ ତୈମାସକରେ କମ୍ପାନୀ ତା’ର ରାଜସ୍ୱ ଓ ବାର୍ଷିକ ଲାଭ ଟାର୍ଗେଟ ପୁରଣ କରିପାରିନଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କମ୍ପାନୀର ମୁଖ୍ୟ ଆର୍ଥିର୍କ ପଦାଧିକାରୀ ଜେସ୍ମ କେବନାଙ୍ଗ ରୟଟର୍ସକୁ କହିଛନ୍ତି କି, କମ୍ପାନୀ ଏବେ ବି କ୍ଲାଏଣ୍ଟ- ଫେସିଙ୍ଗ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ପାଇଁ କର୍ମଚାରୀଙ୍କୁ କାମରେ ରଖିବାକୁ ପ୍ରତିଶ୍ରୁତିବଦ୍ଧ । ଏହାସହ ଏବେ ଯେଉଁ କର୍ମଚାରୀମାନଙ୍କ ଛଟେଇ କରାଯିବ ସେନେଇ ସେମାନଙ୍କୁ ୩୦୦ ମିଲିୟନ ଡଲାର ଦେବାକୁ ପଡିବ । ସେପଟେ କମ୍ପାନୀ ପକ୍ଷରୁ କର୍ମଚାରୀ ଛଟେଇ ଘୋଷଣା କରାଯିବା ପରେ କମ୍ପାନୀର ସେୟାର ୨ପ୍ରତିଶତ ତଳକୁ ଖସିଛି ।
ନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଝିଅକୁ ହତ୍ୟା ଧମକ