You are currently viewing ପୂଜାରେ କମିଲା ସୁନା ଦର

ପୂଜାରେ କମିଲା ସୁନା ଦର

ଆଜି ଭାରତ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୦୦ ଯଙ୍କା କମିଛି । ୨୪ କ୍ୟାରେକ୍ଟ ସୁନା ମୁଲ୍ୟ ୧୦ ଗ୍ରାମ ପ୍ରତି ୪୪୦ ଟଙ୍କା କମି ୪୯,୯୬୦ ଟଙ୍କା ରହିଛି । ଭୁବନେଶ୍ୱରରେ ୨୨ କ୍ୟାରେଟ ଓ ୨୪ କ୍ୟାରେକଟ୍ ସୁନାର ମୁଲ୍ୟ ୪୫,୮୦୦ ଟଙ୍କା ଓ ୪୯ , ୯୬୦ ଟଙ୍କା ହୋଇଛି । ସେହି ପରି ଦେଶର ପ୍ରମୁଖ ସହରରେ ସୂନା ଦରରେ କିଛି ପରିବର୍ତ୍ତନ ହୋଇଛି । ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୫,୮୦୦ ଟଙ୍କା ଓ ୪୯,୯୬୦ ଟଙ୍କା ରହିଛି । ନୂଆ ଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୫ , ୯୫୦ ଟଙ୍କା ଓ ୫୦ , ୧୨୦ ଟଙ୍କା ରହିଛି । ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୬ , ୨୬୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ମୂଲ୍ୟ ୫୦, ୪୬୦ ଟଙ୍କା ଥିବା ରେକର୍ଡ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।