ଜାଣନ୍ତୁ BSNLର ଏହି ଦମଦାର ପ୍ଲାନ ବିଷୟରେ, ଜିଓ ଓ ଏୟାରଟେଲକୁ ଦେବ ଟକ୍କର

ନୂଆଦିଲ୍ଲୀ-୦୯/୦୪, ଦେଶରେ ପ୍ରାଇଭେଟ ଟେଲିକମ କମ୍ପାନୀମାନେ ସେମାନଙ୍କର ସବୁ ପ୍ରିପ୍ରେଡ ପ୍ଲାନ ମହଙ୍ଗା କରିଛନ୍ତି । କିନ୍ତୁ ଏବେବି ସରକାରୀ ଟେଲିକମ୍ କମ୍ପାନୀ BSNL ପୁରୁଣା ଦାମରେ ଭଲ ବେନିଫିଟ୍ସ ପ୍ଲାନ ଦେଉଛି । ଦେଶରେ BSNL ଗ୍ରାହକଙ୍କ ପାଇଁ ବେଶ ଭଲ ରିଚାର୍ଜ ପ୍ଲାନ ଆଣିଦେଇଛି | BSNL ପାଖରେ ଏମିତି ଅନେକ ପ୍ଲାନ ଅଛି ଯାହା Reliance Jio, Airtel ଏବଂ Vi କୁ କଡ଼ା ଟକ୍କର ଦେଉଛି । ଆଜି ଆମେ ଆପଣଙ୍କୁ ବିଏସଏନଏଲର ଏଭଳି ଏକ ପ୍ଲାନ ବିଷୟରେ କହିବାକୁ ଯାଉଛୁ ଯାହା ୧୧୦ ଦିନର ଭାଲିଡିଟି ସହ ୨୨୦ ଜିବି ଡାଟା ଦେଉଛି ।
ବିଏସଏନଏଲର ଏହି ପ୍ଲାନ ହେଉଛି ୬୬୬ ଟଙ୍କା ପ୍ରିପେଡ ପ୍ଲାନ । ଏହି ପ୍ଲାନ ଟିକେ ମାହାଙ୍ଗା ହେଲେ ମଧ୍ୟ ଏଥିରେ ମିଳୁଥିବା ସୁବିଧା ପୈସାବସୁଲ ରହିବ | ଏଥିରେ ଗ୍ରାହକଙ୍କୁ ୧୧୦ ଦିନର ଭାଲିଡିଟି ସହ ପ୍ରତିଦିନ ୨ ଜିବି ଡାଟା ମିଳିବ । ୧୧୦ ଦିନ ପାଇଁ ମୋଟ୨୨୦ ଜିବି ଡାଟା ରହିଛି । ପ୍ଲାନରେ ସବୁ ନେଟୱର୍କକୁ ଅନଲିମିଟେଡ କଲିଂ ଏବଂ ୧୦୦ ଏସଏମଏସ ପ୍ରତିଦିନ ରହିଛି । ତେବେ bsnl ର ଏହି ପ୍ଳାନ ଜିଓ, ଏୟାରଟେଲ ଓ ଭିଆଇ ତୁଳନାରେ ଭଲ ରହିବ |

Jio ର ୬୬୬ ଟଙ୍କା ପ୍ଲାନ-
ରିଲାଏନ୍ସ ଜିଓ ର ୬୬୬ ଟଙ୍କା ପ୍ଲାନ ୮୪ ଦିନର ଭାଲିଡିଟି ସହ ଆସୁଛି । ଏଥିରେ ଆପଣଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ଦିଆଯାଉଛି । ଏଥିରେ ସମୁଦାୟ ୧୨୬ ଜିବି ଡାଟା ମିଳୁଛି । ପ୍ଲାନରେ ଅନଲିମିଟେଡ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ ଏବଂ ଜିଓ ଆପ୍ସ ର ମାଗଣା ସବସ୍କ୍ରିପସନ ମଧ୍ୟ ମିଳୁଛି ।

Airtel-Vi ର ୬୬୬ ଟଙ୍କା ପ୍ଲାନ –
ଏହି ଦାମରେ ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆର ପ୍ଲାନ ଏକା ଭଳି ରହିଛି । ଏଥିରେ ୭୭ ଦିନ ପାଇଁ ପ୍ରତିଦିନ ୧.୫ ଜିବି ଡାଟା ଦିଆଯାଇଛି । ଏହିଭଳି ସମୁଦାୟ ୧୧୫.୫ ଜିବି ଡାଟା ରହିଛି । ପ୍ଲାନରେ ଅନଲିମିଟେଡ କଲିଂ ଏବଂ ପ୍ରତିଦିନ ୧୦୦ ଏସଏମଏସ ଦିଆଯାଉଛି ।

Leave A Reply

Your email address will not be published.

six + eight =