You are currently viewing ଏପ୍ରିଲ ମାସରୁ ମହଙ୍ଗା ହେବ ଏହିସବୁ ଔଷଧ, ଜାଣନ୍ତୁ କ’ଣ କ’ଣ?

ଏପ୍ରିଲ ମାସରୁ ମହଙ୍ଗା ହେବ ଏହିସବୁ ଔଷଧ, ଜାଣନ୍ତୁ କ’ଣ କ’ଣ?

ଗ୍ରାହକଙ୍କ ପାଇଁ ବଡ ଖବର। ପାରାସିଟାମଲ୍‌’, ‘ଆଣ୍ଟିବାୟୋଟିକ୍‌’, ‘ଆଣ୍ଟି-ଇନ୍‌ଫେକ୍ଟିଭ୍‌’ ସମେତ ୮୦୦ ଅତ୍ୟାବଶ୍ୟକ ଔଷଧ ଉପରେ ଗତକାଲି ଅର୍ଥାତ ଶୁକ୍ରବାର ଦିନ ସରକାର ୧୦.୭% ମୂଲ୍ୟ ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି। ଏନେଇ ଆସନ୍ତା ଏପ୍ରିଲ୍‌ ୧ରୁ ଏହିସବୁ ଔଷଧ ମହଙ୍ଗା ହୋଇଯିବ।

ସୂଚନାଯୋଗ୍ୟ ‘ଏନ୍‌ଏଲ୍‌ଇଏମ୍‌’ ତାଲିକାରେ ‘ପାରାସିଟାମଲ୍‌’, ‘ଆଜିଥ୍ରୋମାଇସିନ୍‌’, ‘ଆଣ୍ଟି-ଏନିମିଆ’, ‘ଭିଟାମିନ୍‌’ ଓ ‘ମିନେରାଲ୍‌’ ଭଳି ଔଷଧ ରହିଛି। ଏହାଛଡ଼ା ସାମାନ୍ୟରୁ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିବା କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ଔଷଧ ଏବଂ ଷ୍ଟେରୋଏଡ୍‌ସ୍‌ ଆଦି ମଧ୍ୟ ଉକ୍ତ ତାଲିକାରେ ରହିଛି। ଅର୍ଥାତ୍‌ ଜ୍ବର, ହୃଦ୍‌ରୋଗ, ଉଚ୍ଚ ରକ୍ତଚାପ, ଚର୍ମରୋଗ ଏବଂ ରକ୍ତହୀନତା ଆଦି ଚିକିତ୍ସା ନିମନ୍ତେ ଏପ୍ରିଲ ମାସରୁ ଅଧିକ ମୂଲ୍ୟ ଦେଇ ଔଷଧ କିଣିବାକୁ ପଡ଼ିବ।

ସେହିଭଳି ୨୦୨୦ ବର୍ଷର ସମୟ ଅବଧି ଅନୁସାରେ ୨୦୨୧ବର୍ଷ ପାଇଁ ‘ନ୍ୟାସ୍‌ନାଲ୍‌ ଫାର୍ମାସ୍ୟୁଟିକାଲ୍‌ ପ୍ରାଇସିଙ୍ଗ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ ‘ହୋଲ୍‌ସେଲ୍‌ ପ୍ରାଇସ୍‌ ଇଣ୍ଡେକ୍ସ୍‌’ରେ (ଡବ୍ଲୁପିଆଇ) ୧୦.୭% ବୃଦ୍ଧି ଘୋଷଣା କରିଛି। ‘ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରାଳୟର ଅର୍ଥନୈତିକ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ପ୍ରଦତ୍ତ ‘ଡବ୍ଲୁପିଆଇ’ ତଥ୍ୟାବଳିକୁ ଆଧାରକରି ‘ଡବ୍ଲୁପିଆଇ’ ଆବଶ୍ୟକ ଆକଳନ କରି ଉକ୍ତ ଔଷଧଗୁଡ଼ିକର ଦର ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।