ନୂଆଦିଲ୍ଲୀ(୩.୧୦.୨୨) : ଦୀର୍ଘ ୮ ବର୍ଷ ପରେ ଭାରତର ପ୍ରଥମ ମଙ୍ଗଳଯାନ ଅଭିଯାନର ଅନ୍ତ ଘଟିଛି । ଅର୍ବିଟର ମହାକାଶଯାନରୁ ଇନ୍ଧନ ଓ ବ୍ୟାଟେରୀ ଶେଷ ହେବା ପରେ ଭୂ-ପୃଷ୍ଠରେ ଥିବା ଷ୍ଟେସନ ସହିତ ତାହାର ଯୋଗା ଯୋଗ ବିଚ୍ଛିନ୍ନ ହୋଇଛି । ୨୦୧୩ ନଭେମ୍ବର ୫ରେ ପିଏସଏଲଭି ସି-୨୫ ରକେଟ ସହାୟତାରେ ୪୫୦ କୋଟି ଟଙ୍କା ମାର୍ସ ଅର୍ବିଟର ମିଶନ ମହାକାଶକୁ ପ୍ରକ୍ଷେପଣ କରାଯାଇଥିଲା । ପ୍ରାୟ ୨୯୮ ଯାତ୍ରା ପରେ ୨୦୧୪ରେ ସେପ୍ଟେମ୍ବର ୨୪ରେ ବେଜ୍ଞାନୀକମାନେ ପ୍ରଥମ ପ୍ରୟାସରେ ଏହାକୁ ମଙ୍ଗଳ କକ୍ଷରେ ସ୍ଥାପନ କରିଥିଲେ । ତେବେ ମଙ୍ଗଳଗ୍ରହର ଭୂ-ପୃଷ୍ଟରେ ଥିବା ପରିବେଶ, ସେଠାକାର ଖଣିଜ ପଦାର୍ଥ ଓ ଏହାର ଆକୃତି ସମ୍ପର୍କରେ ତଥ୍ୟ ହାସଲ କରିବା ଥିଲା ଏହି ଅଭିଯାନର ଲକ୍ଷ । ବିଶ୍ୱର ଚତୁର୍ଥ ଏବଂ ଏସିଆ ମହାଦେଶର ପ୍ରଥମ ରାଷ୍ଟ୍ର ଭାବେ ଭାରତ ଏହି ସଫଳତା ହାସଲ କରିଥିଲା । ଏହାର ଜୀବନକାଳ ୬ ମାସଥିଲା । କିନ୍ତୁ ଏହା ୮ ବର୍ଷ ହେବ କାର୍ଯ୍ୟ କରୁଥିଲା । ଯାହା ବୈଜ୍ଞାନୀକ ମାନଙ୍କୁ ଚକିତ କରିଥିଲା । ୮ ବର୍ଷ ହେବ ଏହି ଯାନ ମଙ୍ଗଳ ପୃଷ୍ଟର ତଥ୍ୟ ବୈଜ୍ଞାନୀକ ମାନଙ୍କୁ ଦେଉଥିଲା । ତେବେ ଏହି ଯାନକୁ ଇନ୍ଧନ ପଠାଇବା ପାଇଁ ବୈଜ୍ଞାନୀକ ମାନେ ଅନେକ ଉଦ୍ୟମ କରିଥିଲେ । କିନ୍ତୁ ତାହା ସମ୍ଭବ ହୋଇନଥିଲା । ଯାହା ଫଳରେ ଭାରତର ପ୍ରଥମ ମଙ୍ଗଳ ଅଭିଯାନ ଶେଷ ହୋଇଛି । ଏବେ ବୈଜ୍ଞାନୀକ ମାନେ ୨ୟ ଯାନ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।
ANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶବଢ଼ୁଛି କରୋନା ସଂକ୍ରମଣ