divice

ଆପଣଙ୍କ ଫୋନ୍ କିମ୍ବା ଲାପଟପ୍ ରେ ଭାଇରସ୍ ରହିଛି କି? ଜାଣନ୍ତୁ କିପରି କରିବେ ରିମୁଭ୍‌

ଆଧୁନିକ ଯୁଗରେ କୌଣସି ନା କୌଣସି ଡିଭାଇସ୍ ର ବ୍ୟବହାର ପ୍ରତ୍ୟେକ ବ୍ୟକ୍ତି କରିଥାନ୍ତି । ଖାସ୍ କରି ସ୍ମାର୍ଟଫୋନ ଏବଂ ଲାପଟପ୍ ପ୍ରତ୍ୟେକଙ୍କ ପାଇଁ ଜରୁରୀ ପାଲଟିଛି । ଏନେଇ ଅଧିକାଂଶ ଲୋକମାନେ ମଧ୍ୟ ଭାଇରସ୍ ସମସ୍ୟାର ସାମ୍ନା କରୁଛନ୍ତି । ଯେଉଁ କାରଣରୁ ଡିଭାଇସ୍ ସ୍ଲୋ ହେବା ସହ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ । ସେହିଭଳି ଡିଭାଇସ୍ ରେ ଆଣ୍ଟି-ଭାଇରସ୍ ନରହିବା ଦ୍ୱାରା ଭାଇାରସ୍ ର ଭୟ ଅଧିକ ବଢିଯାଇଥାଏ ଏବଂ ଏହାକୁ ବାହାର କରିବା ମଧ୍ୟ ଅତ୍ୟନ୍ତ କଷ୍ଟକର । କିନ୍ତୁ ଏପରି ଏକ ଆଣ୍ଟି-ଭାଇରସ୍ ସଫୱେର ବିନା ଆପଣ ଡିଭାଇସ୍ ରୁ ଭାଇରସ୍ ବାହାର କରିପାରିବେ । ତେବେ ଆସନ୍ତୁ ଜାଣିବା କ’ଣ ସେହି ଉପାୟ ।

ପ୍ରଥମେ ଜାଣି ରଖନ୍ତୁ ଡିଭାଇସ୍ ରେ କୌଣସି ଭାଇରସ୍ ଅଛି କି ନାହିଁ?

ଡିଭାଇସ୍ ରେ ଭାଇରସ୍ ରହିବା ମାତ୍ରେ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ । ଏହାଦ୍ୱାରା ସିଷ୍ଟମ୍ ସ୍ଲୋ ହେବା ସହ କାମ କରିବା ବନ୍ଦ କରିଦେଇଥାଏ । ଯାହା ପରେ ଆପଣଙ୍କ ଡିଭାଇସ୍ ଧୀରେ ଧୀରେ ଖରାପ ହୋଇଯାଏ ।
ଭାଇରସ୍ ଜାଣିବାର ଲକ୍ଷଣ:

-ସିଷ୍ଟମରେ ଯେ କୌଣସି ପେଜ୍ ଖୋଲିଯିବା ସହ କୌଣସି ଗେମ୍ ବାରମ୍ବାର ସ୍କ୍ରିନ୍ ଉପରେ ଚାଲିଆସିଥାଏ । ସେହିଭଳି ଡିଭାଇସ୍ ସ୍ଲୋ ହେବା ସହ ବାରମ୍ବାର ପପ୍‌ଅପ୍ ର ନୋଟିସ୍ ଆସିଥାଏ ।
କିପରି ରୋକିବେ ଭାଇରସ୍ ?
ଡିଭାଇସ୍ ରେ ଭାଇରସ୍ ରୋକିବା ପାଇଁ Ctrl + Alt + Delete ବଟନ୍ ପ୍ରେସ୍ କରି ଟାସ୍କ ମ୍ୟାନେଜର୍ ଖୋଲନ୍ତୁ । ଏହାପରେ “ପ୍ରୋସେସ” କୁ ଯାଆନ୍ତୁ ଏବଂ ଚାଲୁଥିବା କୌଣସି ବି ଅପରିଚିତ ପ୍ରୋଗ୍ରାମର ଯାଞ୍ଚ କରନ୍ତୁ । ଏବେ ଅନଲାଇନ୍ ସର୍ଚ୍ଚ କରି ଏହାର ଭାଇାରସ୍ ଥିବାର ସୂଚନା ନେଇପାରିବେ । ଏହାପରେ ଏହାକୁ ହୋଇଲାଇଟ୍ କରନ୍ତୁ ଏବଂ ଏହାକୁ ରୋକିବା ପାଇଁ “ଏଣ୍ଡ ପ୍ରୋସେସ୍‌” କ୍ଲିକ୍ କରନ୍ତୁ ।
-ଏବେ ଆପଣ ୱିଣ୍ଡୋଜ୍ ଡିଫେଡର ଫାୟରୱାଲ ଚାଲୁ କରି ସୁରକ୍ଷାକୁ ବଢାନ୍ତୁ ଏବଂ ଭାଇରସ୍ ବୃଦ୍ଧିକୁ ରୋକନ୍ତୁ । ଏଥିପାଇଁ Control Panel ରେ Windows Defender Firewall ଉପରେ କ୍ଲିକ୍ କରି Turn Windows Defender Firewall କୁ ଅନ୍ କରନ୍ତୁ ।

-ଏଥିସହ ଭାଇରସ୍ କୁ ହଟାଇବା ପାଇଁ “Virus & Threat Protection ”ର ବ୍ୟବହାର କରିପାରିବେ । ଏହା ଏକ ଇନ୍‌-ବିଲ୍ଟ ୱିଣ୍ଡୋଜ୍ ଫିଚର୍‌, ଯାହା ଆପଣଙ୍କୁ ସହଜରେ ଭାଇରସ୍ ବାହାର କରିବାରେ ସାହାଯ୍ୟ କରିଥାଏ । ଏହାର ବ୍ୟବହାର କରିବା ପାଇଁ ଆପଣ ସର୍ବପ୍ର୍‌ଥମେ ସେଟିଙ୍ଗକୁ ଯାଆନ୍ତୁ ଏବଂ ଅପଡେଟ୍ ଏଣ୍ଡ ସିକ୍ୟୋରିଟି ଉପରେ କ୍ଲିକ୍ କରନ୍ତୁ ।
-ଏବେ ୱିଣ୍ଡୋଜ୍ ସିକ୍ୟୋରିଟି ସେକ୍ସନ୍ ରେ “ୱିଣ୍ଡୋଜ୍ ଡିଫେଡର ସୁରକ୍ଷା କେନ୍ଦ୍ର ଖୋଲେ” ଉପରେ କ୍ଲିକ୍ କରନ୍ତୁ । ସେଠାରୁ ଆପଣ ଭାଇରସ୍ ଏବଂ ଖତରେ ସେ ସୁରକ୍ଷା ସେଟିଂକୁ ଯାଆନ୍ତୁ । ଏବେ ସେଠାରେ ଆପଣଙ୍‌କୁ ଏହି ୩ଟି ବିକଳ୍ପ – ରିୟଲ – ଟାଇମ୍ ସୁରକ୍ଷା, କ୍ଲାଉଡ୍ – ଡିଲିୱର ସୁରକ୍ଷା ଏବଂ ସ୍ୱଚାଳିତ ନମୁନା ସବମିଶନ କୁ ଚାଲୁ କରିବାକୁ ହେବ ।
-ଏହାପରେ ଆପଣ “ଭାଇରସ୍ ଏଣ୍ଡ ଥ୍ରେଟ୍ ପ୍ରୋଟେକ୍ସନ୍‌” ମେନ୍ୟୁରେ “ଥ୍ରେଟ୍ ହିଷ୍ଟ୍ରି”କୁ ଯାଆନ୍ତୁ । ଏବେ ଆପଣ ଲାପଟପ୍ କିମ୍ବା ପିସିକୁ ସ୍କାନ୍ କରିବା ପାଇଁ “ସ୍କାନ” ଉପରେ କ୍ଲିକ୍ କରନ୍ତୁ ।
-ଏବେ ଆପଣ ଡିଭାଇସ୍ କୁ ବିନା କୌଣସି ସମସ୍ୟାରେ ପୁନରାରମ୍ଭ କରିପାରିବେ।

ଅନ୍ୟମାନଙ୍କୁ ଜଣାନ୍ତୁ।