You are currently viewing ଏବେ ୨୮ ଦିନ ବଦଳରେ କରିହେବ ୧ ମାସର ରିଚାର୍ଜ

ଏବେ ୨୮ ଦିନ ବଦଳରେ କରିହେବ ୧ ମାସର ରିଚାର୍ଜ

ନୂଆଦିଲ୍ଲୀ-୩୦/୦୩, ଦେଶର ଲୋକପ୍ରିୟ ଟେଲିକମ କମ୍ପାନୀ ଜିଓ ନିଜର ଗ୍ରାହକଙ୍କ ପାଇଁ ଏକ ଭଲ ପ୍ଲାନ ଆଣିକି ଆସିଛି । ଯଦି ଆପଣ ଜିଓର ଗ୍ରାହକ ତେବେ ଆପଣ ଏହି ପ୍ଲାନର ଲାଭ ଉଠାଇପାରିବେ । ଜିଓର ଏହି ପ୍ଲାନରେ ଏବେ ୨୮ ଦିନର ନୁହେଁ ବରଂ ପୁରା ଗୋଟିଏ ମାସର ଭାଲିଡିଟି ମିଳିବ । ତେବେ ଆସନ୍ତୁ ଜାଣିବା ଜିଓର ଏହି ପ୍ଲାନ ବିଷୟରେ-
ଖର୍ଚ୍ଚ କରିବାକୁ ପଡିବ ମାତ୍ର ୨୫୯ ଟଙ୍କା – ଏହି ଗୋଟିଏ ମାସ ଭାଲିଡିଟି ଥିବା ପ୍ଲାନ ରିଚାର୍ଜ କରିବା ପାଇଁ ଆପଣଙ୍କୁ ମାତ୍ର ୨୫୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଆମେ ଆପଣଙ୍କୁ କହିରଖୁଛୁ ଯେ, କ୍ୟାଲେଣ୍ଡର ଅନୁସାରେ ରିଚାର୍ଜ ପ୍ଲାନ ଆଣିବାରେ ଜିଓ ହେଉଛି ପ୍ରଥମ କମ୍ପାନୀ । ଜିଓ ୱେବସାଇଟରେ ଦିଆଯାଇଥିବା ସୂଚନା ଅନୁସାରେ ୨୫୯ ଟଙ୍କାର ରିଚାର୍ଜ ଯୋଜନାରେ ୧.୫ ଜିବି ଡାଟା ଓ ଅନଲିମିଟେଡ଼ କଲ ସୁବିଧା ରହିଛି । ଏହି ରିଚାର୍ଜ ବୈଧତା କ୍ୟାଲେଣ୍ଡର ମାସ ଅନୁସାରେ ପୁରା ଗୋଟାଏ ମାସ ଚାଲିବ । ସେ ମାସରେ ୩୦ ଟି ଦିନ ଥାଉ କିମ୍ବା ୩୧ ଦିନ ଥାଉ । ଏହି ପ୍ଲାନରେ ରିଚାର୍ଜ କଲେ ବର୍ଷକୁ କେବଳ ୧୨ ଥର ରିଚାର୍ଜ କରିବାକୁ ପଡିବ । ଏହାଛଡା ପ୍ରତି ମାସ ସମାନ ତାରିଖରେ ଏହାକୁ ରିଚାର୍ଜ କରିବାକୁ ପଡିବ । ଅର୍ଥାତ ପ୍ରଥମେ ଯେଉଁ ତାରିଖରେ ରିଚାର୍ଜ କରିଥିଲେ ପରେ ମଧ୍ୟ ପ୍ରତିମାସ ସେହି ତାରିଖରେ ରିଚାର୍ଜ କରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।