You are currently viewing ଆଜି ଭାରତରେ ଲଞ୍ଚ ହେବ OnePlus ୧୦- ପ୍ରୋ, ଜାଣନ୍ତୁ ଫିଚର୍ସ

ଆଜି ଭାରତରେ ଲଞ୍ଚ ହେବ OnePlus ୧୦- ପ୍ରୋ, ଜାଣନ୍ତୁ ଫିଚର୍ସ

ନୂଆଦିଲ୍ଲୀ- ୩୧/୦୩,ୱାନପ୍ଲସ ୟୁଜର୍ସଙ୍କ ପାଇଁ  ଖୁସି ଖବର ।  ୩୧ ମାର୍ଚ୍ଚ ଅର୍ଥାତ୍ ଆଜି  ସନ୍ଧ୍ୟା ୭.୩୦ରେ  ଭାରତରେ ଲଞ୍ଚ ହେଉଛି ୱାନ୍‌ପ୍ଲସ୍‌ ସ୍ମାର୍ଟଫୋନ୍ ୧୦- ପ୍ରୋ  । ଚଳିତ ବର୍ଷ ଜାନୁଆରୀରେ ଆନ୍ତଜାତୀୟ ବଜାରରେ ୱାନ ପ୍ଲସ- ୧୦ ପ୍ରୋ ଲଞ୍ଚ କରାଯାଇଥିଲା । ଏହା ବ୍ୟତୀତ ଆଜି  OnePlus Bullets Wireless Z2   ମଧ୍ୟ ଭାରତୀୟ ବଜାରରେ ଲଞ୍ଚ ହେବ । ୱାନ ପ୍ଲସ- ୧୦ ପ୍ରୋର ପ୍ରାରମ୍ଭିକ ମୂଲ୍ୟ ୬୬ହଜାର ୯୯୯ ଟଙ୍କା ରଖା ଯାଇଥିବା ବେଳେ ଟପ ମଡେଲର ମୂଲ୍ୟ ୭୧ ହଜାର ୯୯୯ ଟଙ୍କା ରହିଛି ବୋଲି ଜଣାପଡ଼ିଛି। ଏଥୁସହ ଏହି ଫୋନ୍ ସହିତ କ୍ୟାସବ୍ୟାକ୍ ଏବଂ ବ୍ୟାଙ୍କ ଅଫର ମଧ୍ୟ ଉପଲବ୍ଧ ରହିଛି। ୱାନ ପ୍ଲସ- ୧୦ ପ୍ରୋର ସଠିକ ମୂଲ୍ୟ ଆଜି ଅଫିସିଆଲ ଘୋଷଣା କରାଯିବ। ଏହି ଫୋନର ପ୍ରଥମ ବିକ୍ରି ଏପ୍ରିଲ ୫ରୁ ଆରମ୍ଭ ହେବ।  ୱାନ୍‌ପ୍ଲସ୍‌ ସ୍ମାର୍ଟଫୋନ୍ ୧୦- ପ୍ରୋ ସ୍ମାର୍ଟଫୋନର ଲୁକ ଦମଦାର ହୋଇଥିଲାବେଳେ ଏଥିରେ ଅନେକ ଆକର୍ଷଣୀୟ ଫିଚର୍ସ ମଧ୍ୟ ରହିଛି |

The OnePlus 10 Pro's global launch date has finally been revealed, and it's  very soon | TechRadar

ତେବେ ଆସନ୍ତୁ ଜାଣିବା ଏହି ଫୋନର ଫିଚର୍ସ –  ୱାନ ପ୍ଲସ- ୧୦ ପ୍ରୋରେ  120Hz AMOLED ଡିସପ୍ଲେ ଦିଆଯାଇଛି। ଏହା ବ୍ୟତୀତ ଏହି ମୋବାଇଇ ଫୋନରେ ୩ଟି କ୍ୟାମେରା ସେଟଅପ୍ ରହିଛି। ଏହା  ଆଣ୍ଡ୍ରଏଡ୍ ୧୨ ଉପରେ ଆଧାରିତ।  ଏହା ବ୍ୟତୀତ ଏହି ସ୍ମାର୍ଟଫୋନର ଡିସପ୍ଲେ ୬.୭ ଇଞ୍ଚ ରହିଥିବା ବେଳେ QHD + AMOLED ଡିସପ୍ଲେ ଦିଆଯାଇଛି। ଯାହାର ରୋଜୋଲ୍ୟୁସନ  ବହୁତ ହାଇ ରହିଛି। ଏଥିସହ  ଏହି ଫୋନରେ  5 ଜିବି ରାମ୍ ଏବଂ ୨୫୬ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ଦିଆଯାଇଛି।
ଏହି ୱାନପ୍ଲସ ଫୋନରେ ତିନୋଟି ପଛ କ୍ୟାମେରା ଅଛି। ଯାହାର ପ୍ରାଥମିକ ଲେନ୍ସ ହେଉଛି ୪୮ ମେଗାପିକ୍ସେ । ଦ୍ୱିତୀୟ ଲେନ୍ସ ହେଉଛି ୫୦ ମେଗାପିକ୍ସେଲ । ସେହିପରି ତୃତୀୟ ଲେନ୍ସ ହେଉଛି ୮ ମେଗାପିକ୍ସେଲ। । ଫୋନରେ ଇନ-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନସର ଉପଲବ୍ଧ ରହିଛି । ୮୦ ୱାଟର ସୁପର ଫ୍ଲାସ ଚାର୍ଜିଂ ଦିଆଯାଇଥିବା ବେଳେ ଏଥିରେ ୫ହଜାର ଏମଏଚର ବ୍ୟାଟେରୀ ଦିଆଯାଇଛି। ତେବେ ଏହା ୨ଟି ରଙ୍ଗରେ ବଜାରରେ ଉପଲବ୍ଧ ରହିବ।

ଅନ୍ୟମାନଙ୍କୁ ଜଣାନ୍ତୁ।