You are currently viewing ରେଲୱେ ଚାକିରିର ସୁଯୋଗ

ରେଲୱେ ଚାକିରିର ସୁଯୋଗ

ନୂଆଦିଲ୍ଲୀ (୪.୧୦.୨୨) : ରେଲ ମନ୍ତ୍ରଳାୟ ପକ୍ଷରୁ କୁହାଯାଇଛି ୩ ହଜାରରୁ ଅଧିକ ପଦବୀ ବିନା ପରୀକ୍ଷାରେ ପୂରଣ କରାଯିବ । ୧୫ରୁ ୨୪ ବର୍ଷ ବୟସ୍କ ଯୁବକ ଏହି ପଦବୀ ନିମନ୍ତେ ଆବେଦନ କରିପାରିବେ । ବୟସ ସୀମାରେ ଓବିସି ବର୍ଗଙ୍କ ନିମନ୍ତେ ୩ ବର୍ଷ, ଏସସି/ଏସଟି ବର୍ଗ ପାଇଁ ୫ ବର୍ଷ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ୧୦ ବର୍ଷ ଛାଡ ଦିଆ ଯାଇଛି । ଆବେଦନର ସମୟ ଚଳିତ ମାସ ୩୧ ତାରିଖ ରହିଛି । ମୋଟ ୩୧୫୦ ପଦବୀ ପୂରଣ ବିଜ୍ଞପ୍ତି ବାହାରିଛି । ୩ ଟି ପର୍ଯ୍ୟାୟରେ ଏହି ନିଯୁକ୍ତି ପ୍ରକ୍ରିୟା କରାଯିବ । ଯାହା ଭିତରେ ଫିଟର, ବେଲ୍ଡର, କାରପେଣ୍ଟର, ଟର୍ନର, ଇଲେକ୍ଟ୍ରିସିଆନ ସମେତ ବିଭିନ୍ନ ଟ୍ରେଡ୍ ରହିଛି । ଏହି ମାସ ଆରମ୍ଭରୁ ଆବେଦନ ଆରମ୍ଭ ହୋଇଛି । ସାଧାରଣ ବର୍ଗର ଆବେଦନକାରୀ ଏଥି ପାଇଁ ୧୦୦ ଟଙ୍କା ଶୁକ୍ଳ ଦେବାକୁ ପଡିବ । ତେବେ ଏସି,ଏସଟି ମହିଳା ମାନଙ୍କୁ କୌଣସି ମୂଲ୍ୟ ଦେବାକୁ ପଡିବ ନାହିଁ ।

ଅନ୍ୟମାନଙ୍କୁ ଜଣାନ୍ତୁ।