ମାର୍କେଟକୁ ଆଉ ଏକ ନୂଆ ଇଲେକ୍ଟ୍ରିକ୍ କାର୍ ଆଣିଲା ଟାଟା ମୋଟର୍ସ, ଜାଣନ୍ତୁ ଫିଚର୍ସ

ନୂଆଦିଲ୍ଲୀ- ୦୭/୦୪, ଅପେକ୍ଷା ହେଲା ଶେଷ । ଟାଟା ମୋଟର୍ସ ଭାରତରେ ଆଉ ଏକ କାର ଲଞ୍ଚ କରିଛି । ଏହି ଇଲେକ୍ଟ୍ରିକ ଗାଡିର ନାମ ହେଉଛି ଟାଟା କର୍ଭ । ଏହି ଇଲେକ୍ଟ୍ରିକ୍ କାରର କନସେପ୍ଟ ବହୁତ ସୁନ୍ଦର ହୋଇଛି । ଏହାର ଲୁକ ଯେପରି ଆକର୍ଷଣୀୟ, ଫିଚର୍ସ ମଧ୍ୟ ସେପରି ଦମଦାର । ନୂଆ ଇଲେକ୍ଟ୍ରିକ୍ କାରକୁ କୁପେ ଷ୍ଟାଇଲରେ ପ୍ରସ୍ତୁତ କରାଯାଇଛି ଏବଂ ବର୍ତ୍ତମାନର ଏସୟୁଭି ଲାଇନଅପର ଏହା ସବୁଠାରୁ ମହଙ୍ଗା କାର୍ ହେବାକୁ ଯାଉଛି । ପରବର୍ତ୍ତୀ ସମୟରେ ଟାଟା କର୍ଭ ଇଲେକ୍ଟ୍ରି ଗାଡିକୁ ଡିଜେଲ ଇଞ୍ଜିନ ଗାଡି ବିକଳ୍ପ ଭାବେ ମଧ୍ୟ ଲଞ୍ଚ କରିବାକୁ ଯାଉଛି । ତେବେ କମ୍ପାନୀ ଏହି କାର ବିଷୟରେ ଅଧିକ ସୂଚନା ଦେଇ ନାହିଁ । ତେବେ ଚାଲନ୍ତୁ ଜାଣିବା କାରର ଫିଚର୍ସ…

Tata Curvv first look electric SUV concept car price launch date | Tata  News – India TV


ଏହି ଗାଡିର ଲମ୍ବ ୪.୩ ମିଟର ରହିଛି । ଏହି କାର ୪୦୦-୫୦୦ କିମି ପର୍ଯ୍ୟନ୍ତ ରେଞ୍ଜ ଦେବା ଭଳି ପ୍ରସ୍ତୁତ କରାଯାଇଛି । ଏହା କମ୍ ବିଜୁଳିରେ ମଧ୍ୟ ଅଧିକ ଚାର୍ଜ ହୋଇପାରିବ । କମ୍ପାନୀର କହିବାନୁସାରେ ଏହି ଗାଡି ମାର୍କେଟରେ ଲଞ୍ଚ ହୋଇଥିବା କ୍ରେଟା, ସେଲଟସକୁ ଟକ୍କର ଦେବ । ଏହି ନୂଆ ଇଲେକ୍ଟ୍ରିକ୍ କାର୍ ସହିତ ନୂଆ ଟେକନିକ୍ ବିଶିଷ୍ଟ ପାୱରଟ୍ରେନ୍ ଦିଆଯିବ ଯାହାକି ଅତି ଦମଦାର୍ ହେବ । ଟାଟା କର୍ଭ ଇଭି କନସେପ୍ଟର ଲମ୍ବ ନେକ୍ସନ ଇଭି ସହ ସମାନ ହେବ ଏବଂ ଏହାର ହ୍ୱିଲବେସ୍ ପ୍ରାୟ ୫୦ ମିମି ହେବ ବୋଲି କମ୍ପାନୀ ସୂଚନା ଦେଇଛି । ଟାଟା କର୍ଭ SUVର ବୋନଟରେ ଏଲଇଡି ଲାଇଟ ରହିଛି । ଏହି କାର ଅନ୍ୟ ଇଲେକ୍ଟ୍ରିକ କାରଗୁଡିକୁ ମଧ୍ୟ ଚାର୍ଜ କରିପାରେ । ଥ୍ରିପିନ ଜରିଆରେ ଲାପଟପ , ମୋବାଇଲ ଓ ଅନ୍ୟ ଇଲେକ୍ଟ୍ରିକ ଡିଭାଇସକୁ ମଧ୍ୟ ଚାର୍ଜ କରିପାରେ ।

Leave A Reply

Your email address will not be published.

nineteen + 13 =