You are currently viewing ଏପ୍ରିଲରୁ ମହଙ୍ଗା ହେବ ଏହି ସବୁ କାରର ଦାମ, ଜାଣନ୍ତୁ କେତେ ଟଙ୍କା ବଢିବ

ଏପ୍ରିଲରୁ ମହଙ୍ଗା ହେବ ଏହି ସବୁ କାରର ଦାମ, ଜାଣନ୍ତୁ କେତେ ଟଙ୍କା ବଢିବ

ନୂଆଦିଲ୍ଲୀ-୨୯/୦୩, ଏପ୍ରିଲ ୨୦୨୨ରୁ ପୁଣି ମହଙ୍ଗା ହୋଇଯିବ କାର୍ । ଯଦି ଆପଣ କାର କିଣିବାକୁ ଚାହୁଁଛନ୍ତି ତେବେ ଏହା ସୁବର୍ଣ୍ଣ ସୁଯୋଗ । ଆପଣ ମାର୍ଚ୍ଚ ମାସ ଭିତରେ କାର କିଣି ନିଅନ୍ତୁ ନହେଲେ କାର କିଣିବା ପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିପାରେ । BMW, ଟୋୟୋଟା, ମର୍ସିଡିଜ୍-ବେଞ୍ଜ ଏବଂ ଅଡି ଭଳି ପ୍ରିମିୟମ ଗାଡିଗୁଡିକୁ ପ୍ରସ୍ତୁତି କରୁଥିବା କମ୍ପାନୀମାନେ ନିଜ କାରର ଦାମ ବୃଦ୍ଧି କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ସମସ୍ତ କମ୍ପାନୀଙ୍କ କହିବାନୁସାରେ କଞ୍ଚା ମାଲ ଦାମ ବଢିବା ଯୋଗୁଁ ତାଙ୍କୁ ଗାଡିର ଦାମ ବଢାଇବାକୁ ପଡୁଛି । ଯଦି ଆପଣ ଏପ୍ରିଲ ପୂର୍ବରୁ ଏହି ସମସ୍ତ ଗାଡିଜଗୁଡିକ ମଧ୍ୟରୁ କୌଣସି ଗାଡିକୁ ମଧ୍ୟ ବୁକ କରି ନେଉଛନ୍ତି ତେବେ ଆପଣଙ୍କୁ ପୁରୁଣା ଦାମରେ ଗାଡି ମିଳିବ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ଗାଡିରେ କେତେ ପ୍ରତିଶତ ଦର ବୃଦ୍ଧି ହେବ ।

୩% ମହଙ୍ଗା ହେବ ମର୍ସିଡିଜ୍-ବେଞ୍ଜ କାର-
ଲକଜରୀ କାର୍ ନିର୍ମାଣ କରୁଥିବା କମ୍ପାନୀ ମର୍ସିଡିଜ୍-ବେଞ୍ଜର କାର୍ ୧ ଏପ୍ରିଲରୁ ୩ ପ୍ରତିଶତ ମହଙ୍ଗା ହୋଇଯିବ । ଜାନୁୟାରୀ ୨୦୨୨ରେ କମ୍ପାନୀ ନିଜର କିଛି ସିଲେକ୍ଟେଡ୍ ମଡେଲକୁ ୨ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା କରିଥିଲା । ଭାରତରେ ମର୍ସିଡିଜ୍-ବେଞ୍ଜ ଲାଇନ-ଅପରେ ଏ-କ୍ଲାସ୍ ଲିମୋସିନ୍, ଇ-କ୍ଲାସ୍, ସିଏଲଏସ୍, ଏସ-କ୍ଲାସ୍, ଜିଏଲସି, ଜିଏଲଇ, ଏବଂ ଜିଏଲଏସ୍ ଭଳି କାର୍ ସାମିଲ ।

Mercedes-Benz C-Class Price in India, Images, Review & Specs

୩% ମହଙ୍ଗା ହେବ ଅଡି କାର –
ମହଙ୍ଗା ଇନପୁଟର ପ୍ରଭାବ ଅଡି କାର ଉପରେ ମଧ୍ୟ ପଡିବ । କମ୍ପାନୀ ନିଜ କାରକୁ ୩ ପ୍ରତିଶତ ମହଙ୍ଗା କରିବ ବୋଲି ଯୋଜନା କରୁଛି । ଜାନୁୟାରୀ ୨୦୨୨ରେ କମ୍ପାନୀ କାରର ଦାମ୍ ୩ ପ୍ରତିଶତ ପର୍ଯ୍ୟନ୍ତ ବଢାଇଥିଲା । ଭାରତରେ ଅଡିର ଲାଇନ-ଅପରେ A4, A6, A8, Q5, ଇ-ଟର୍ଣ୍ଣ ଭଳି ମଡେଲ୍ ସାମିଲ ।

Audi A4 Price in India 2022 - Images, Mileage & Reviews - carandbike

୩.୫% ମହଙ୍ଗା ହେବ BMW କାର –
BMW କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ସେ ନିଜ କାରର ଏକ୍ସ-ଶୋରୁମ୍ ଦାମରେ ୩.୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ । ଦାମ୍ ବଢାଇବା ପଛରେ ମେଟେରିଆଲ୍ ଏବଂ ଲଜିଷ୍ଟିକ୍ କଷ୍ଟ, ବର୍ତ୍ତମାନର ଜିଓ-ପଲିଟିକାଲ୍ ପରିସ୍ଥିତି ଏବଂ ଏକ୍ସଚେଞ୍ଜ ରେଟ୍ସର ମହଙ୍ଗା ହେବା ମୁଖ୍ୟ କାରଣ ।

BMW Car Price, Images, Reviews and Specs | Autocar India

୪% ହେବ ମହଙ୍ଗା ଟୋୟୋଟା କାର –
କମ୍ପାନୀ ନିଜ କାରର ଏକ୍ସ-ଶୋରୁମ୍ ଦାମରେ ୪ ପ୍ରତିଶତ ପର୍ଯ୍ୟନ୍ତ ବଢାଇବ । ଜାନୁୟାରୀ ପରେ ଦ୍ୱିତୀୟ ଥର କମ୍ପାନୀ ନିଜ କାରର ଦାମ୍ ବଢାଇବା ପାଇଁ ପ୍ରସ୍ତୁତ ହେଉଛି । ଭାରତରେ ଟୋୟୋଟାର ଲାଇନ୍-ଅପରେ ନୂଆ ଗ୍ଲାଞ୍ଜା, ଅର୍ବନ କ୍ରୁଜର, ଇନୋଭା କ୍ରିଷ୍ଟା, ଫର୍ଚ୍ୟୁନର, କ୍ୟାମରୀ ଏବଂ ୱେଲଫାୟର ଭଳି ଲଗଜରୀ ଏମପିଭି ସାମିଲ ।

Toyota Glanza On-Road Price in Bhubaneswar : Offers on Glanza Price in 2022  - carandbike
ଅନ୍ୟମାନଙ୍କୁ ଜଣାନ୍ତୁ।