You are currently viewing ଭାରତରେ ଲଞ୍ଚ ହେଲା Vivo Y21G  ସ୍ମାର୍ଟଫୋନ, ଜାଣନ୍ତୁ ଦାମ୍ ଏବଂ ଫିଚର୍ସ

ଭାରତରେ ଲଞ୍ଚ ହେଲା Vivo Y21G ସ୍ମାର୍ଟଫୋନ, ଜାଣନ୍ତୁ ଦାମ୍ ଏବଂ ଫିଚର୍ସ

ନୂଆଦିଲ୍ଲୀ-୦୮/୦୪, ଭିଭୋ ଏକ ଲୋକପ୍ରିୟ ମୋବାଇଲ କମ୍ପାନୀ । ଭାରତରେ ଏହି କମ୍ପାନୀର ଅନେକ ୟୁଜର୍ସ ରହିଛନ୍ତି । ସ୍ମାର୍ଟଫୋନ କମ୍ପାନୀ Vivo ଏହାର ନୂଆ ସ୍ମାର୍ଟଫୋନ Vivo Y21G ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ କମ୍ପାନୀର ୱାଇ-ସିରିଜର ଲେଟେଷ୍ଟ ଏଡିସନ । ଯଦି ଆପଣ ନୂଆ ଫୋନ କିଣିବାକୁ ଚାଁହୁଛନ୍ତି ତେବେ ଆପଣ ଏହି ଫୋନକୁ କିଣିପାରିବେ କାରଣ ଏହି ଫୋନଟି ଦେଖିବାକୁ ଯେପରି ଆକର୍ଷଣୀୟ ,ଏହାର ଫିଚର୍ସ ମଧ୍ୟ ସେପରି ଦମଦାର | ଏହି Vivo Y21G ଫୋନର ୪ ଜିବି RAM ସହ ୬୪ ଜିବି ଷ୍ଟୋରେଜ ଭାରିଏଣ୍ଟ ଦାମ ଭାରତରେ ୧୩,୯୯୦ ଟଙ୍କା ରଖାଯାଇଛି । ଏହି ଫୋନଟି ଭାରତରେ ଦୁଇଟି କଲରରେ ଲଞ୍ଚ କରିଛି | ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଫିଚର୍ସ..

Vivo Y21G ଆଣ୍ଡ୍ରଏଡ୍ 11 ଏବଂ FunTouch OS 11.1 ଦ୍ୱାରା ପରିଚାଳିତ । ଏହି ସ୍ମାର୍ଟଫୋନରେ 6.5 inch ର HD+ LCD ଡିସପ୍ଲେ ସହ ରହିଛି । ଏଥିରେ MediaTek MT6769 ପ୍ରୋସେସର ରହିଛି ଏବଂ ଏହାକୁ କେବଳ ଗୋଟିଏ ଭ୍ୟାରିଏଣ୍ଟ ୪+୬୪ ଜିବି ଷ୍ଟୋରେଜ ଭ୍ୟାରିଏଣ୍ଟ ସହ ଲଞ୍ଚ କରାଯାଇଛି । ସ୍ମାର୍ଟଫୋନରେ 5000 mAhର ବ୍ୟାଟେରୀ ରହିଛି ଏବଂ 18 Wର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ଦେଖିବାକୁ ମିଳିବ ।
କ୍ୟାମେରା ପାଇଁ ଫୋନରେ ୧୩+୨ ମେଗାପିକ୍ସଲର ଡୁଆଲ କ୍ୟାମେରା ସେଟଅପ ଦେଖିବାକୁ ମିଳିବ । ସହିଭଳି ସେଲ୍ଫୀ ଏବଂ ଭିଡିଓ କଲ୍ ପାଇଁ ୮ ମେଗାପିକ୍ସଲର କ୍ୟାମେରା ଦିଆଯାଇଛି । କନେକ୍ଟିଭିଟି ପାଇଁ ଫୋନରେ ଡୁଆଲ ନାନୋ ୪ଜି ସିମ୍, ୱାଇ-ଫାଇ, ବ୍ଲୁଟୁଥ୍ ରହିଛି ଏଥିରେ ଆପଣଙ୍କୁ ୟୁଏସବି ଟାଇପ୍ ସି ପୋର୍ଟ ଦେଖିବାକୁ ମିଳିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।