ବିବାହ ପ୍ରସେସନ ସାରି ଫେରିବା ବେଳେ ଦୁର୍ଘଟଣା

କଳାହାଣ୍ଡି ଜିଲ୍ଲା(ଏଏନଏସ)୩୦/୦୪, ଜୁନାଗଡ ସହରର ବ୍ୟାଣ୍ଡପାର୍ଟି ଗାଡି ବାହାଘର ପ୍ରସେସନ ସାରି ଫେରୁଥିବା ବେଳେ ବାଟରେ ଭାରସାମ୍ୟ ହରାଇ ଓଲଟିପଡିଛି । ସୂଚନାରୁ ପ୍ରକାଶ ଯେ ଜୁନାଗଡର ମା’ମଙ୍ଗଳା ବ୍ୟାଣ୍ଡପାର୍ଟିର କଳାକାର ମାନେ ଗତକାଲି ସନ୍ଧ୍ୟାରେ ବିବାହ ପ୍ରସେସନ ପାଇଁ ଯାଇଥିଲେ । ରାତିରେ ସେହି ବ୍ୟାଣ୍ଡପାର୍ଟି ଗାଡିରେ ଫେରୁଥିବା ବେଳେ ବଣ୍ଡାକୋଟରା ଛକ ନିକଟରେ ଭାରସାମ୍ୟ ହରାଇ ଗାଡିଟି ଓଲଟି ପଡିଥିଲା । ଘଯଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୦ଜଣ କଳାକାର ଆହାତ ହୋଇ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.

5 × four =