ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ

ଲକ୍ଷ୍ନୌ (୧୩.୧୦.୨୨) : ବିଳମ୍ବିତ ରାତିରେ ଖାଦ୍ୟ ପରଷିବା ସମ୍ଭବ ନୁହେଁ ବୋଲି କହିବାରୁ ରାଗିଗଲେ ମନ୍ତ୍ରୀଙ୍କ ପୁତୁରା । ଆଉ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଉପରେ କାର ଚଢେଇବାକୁ ଉଦ୍ୟମ କଲେ । ତେବେ କର୍ମଚାରୀମାନେ ଦୌଡି ନିଜ ପ୍ରାଣ ବଞ୍ଚାଇଥିଲେ । ଏହା ପରେ ମନ୍ତ୍ରୀଙ୍କ ପୁତୁରା ବହୁତ ଭଙ୍ଗାରୁଜା କରିଥିଲେ ।

ଏପରି ଘଟଣା ଦେଖିବାକୁ ମଳିଛି ଉତ୍ତରପ୍ରଦେଶରେ ବରେଲିରେ ଘଟିଥିବା ବେଳେ ମନ୍ତ୍ରୀଙ୍କ ପୁତୁରାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀଙ୍କ ପୁତୁରା ଅମିତ କୁମାର ସକସେନା ନିଜ ସହଯୋଗୀଙ୍କ ସହ ବରେଲୀର ଏକ ରେଷ୍ଟୁରାଣ୍ଟ ଯାଇଥିଲେ । ମାତ୍ର ରେଷ୍ଟୁରାଣ୍ଟ ବନ୍ଦ ହୋଇ ଯାଇଥିବାରୁ ଖାଦ୍ୟ ପରଷି ହେବ ନାହିଁ ବୋଲି କର୍ମଚାରୀମାନେ ମନା କରିଥିଲେ ।

ଏହା ପରେ ଅମିତ ରେଷ୍ଟୁରାଣ୍ଟର କର୍ମଚାରୀଙ୍କୁ ଗାଳିଗୁଲଜ କରି ସେଠାରୁ ଫେରାର ହୋଇଥିଲେ । ଏହାର କିଛି ସମୟ ପରେ ସେ ପୁଣି ଫେରିଥିଲେ । ସେହି ସମୟରେ କର୍ମଚାରୀମାନେ ବାହାରେ ଖାଉଥିଲେ ସେହି ସମୟରେ ଅମିତ ସେମାନଙ୍କ ଉପରକୁ କାର ଚଢାଇବାକୁ ଉଦ୍ୟମ କରିଥିଲେ । ଏହାକୁ ଦେଖି କର୍ମଚାରୀମାନେ ଦୌଡି ପଳାଇଥିଲେ । କିନ୍ତୁ ଏହା ଦ୍ୱାରା ରେଷ୍ଟୁରାଣ୍ଟରେ ବହୁ କ୍ଷତି ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.