ଖଣି ମାଫିଆକୁ ଏନକାଉଣ୍ଟର

ଲକ୍ଷ୍ନୌ (୧୫.୧୦.୨୨) : ଧରାପଡିଲା ଖଣି ମାଫିଆ ଜାଫର । ଗତ ୨ ଦିନ ତଳେ ୟୁପି ପୋଲିସ ହାତରୁ ଖସି ଯାଇଥିବା ବେଳେ ଆଜି ଧରା ପଡିଛି । ମୁରଦାବାଦରେ ପୋଲିସର ଏନକାଉଣ୍ଟରରେ ଆହତ ହୋଇଥିବା ଜାଫରକୁ କାବୁ କରି ହସପିଟାଲରେ ଭର୍ତ୍ତି କରାଯାଇଛି । ଜାଫରର ପିଛା କରି ଉତ୍ତରାଖଣ୍ଡରେ ପଶି ଯାଇଥିବା ଉତ୍ତରପ୍ରଦେଶ ପୋଲିସ ହଟହଟା ହୋଇଥିଲା ।

ଏହା ପରେ ଗାଫର ମୁଣ୍ଡ ଉପରେ ଥିବା ପୁରସ୍କାର ରାଶିକୁ ୫୦ ହଜାରରୁ ହଠାତ୍ ଡବଲ କରି ଲକ୍ଷେ କରି ଦେଇଥିଲା । ଏହା ପରେ ଆଜି ସକାଳେ ଜାଫରକୁ କାବୁ କରିଛି ପୋଲିସ । ଜାଫର ଆସୁଥିବା ଖବର ପାଇ ୟୁପି ପୋଲିସ ପାକବଡା-ଅଗୱାନପୁର ବାଇପାସରେ ଘେରି ରହିଥିଲା । କିଛି ସମୟ ପରେ ବାଇକରେ ଯାଉଥିବା ଜାଫର ଏହା ଜାଣି ପାରି ଖସିବାକୁ ଚେଷ୍ଟା କରିଥିଲା । କିନ୍ତୁ ସେ ବିଫଳ ହୋଇଥିଲା । ତେବେ ଏହା ଦ୍ୱାରା ଉଭୟ ପକ୍ଷରେ ଗୁଳିବିନିମୟ ହୋଇଥିଲା । ଏଥିରେ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି । ତେବେ ଏହା ଦ୍ୱାରା ଜାଫର ଆହତ ହୋଇଥିବାରୁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 ଜାଫରର ବାଇକ୍‌ ଓ ପିସ୍ତଲ ଜବତ ହୋଇଛି। ଏଥିସହ ବରିଷ୍ଠ ପୁଲିସ୍‌ ଅଧିକାରୀ ହସ୍ପିଟାଲରେ ପହଞ୍ଚି ତଏଡି କୁଖ୍ୟାତ ଅପରାଧିକୁ ପଚରାଉଚରା କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ୨ ଦିନ ପୂର୍ବେ ଜାଫର ପିଛା କରି ୟୁପି ପୁଲିସ୍‌ ଉତ୍ତରାଖଣ୍ଡରେ ପ୍ରବେଶ କରିଥିଲା। ସେଠାରେ ଜାଫର ଏକ ଘରେ ଲୁଚି ଯାଇଥିବା ବେଳେ ୟୁପି ପୁଲିସ୍‌ ଏନକାଉଣ୍ଟର କରିଥିଲା। ଏହି ଏନକାଉଣ୍ଟରରେ ସ୍ଥାନୀୟ ଅଞ୍ଚଳର ଜଣେ ବିଜେପି ନେତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଖସି ପଳାଇଥିଲା ଜାଫର। ଏହାକୁ ନେଇ ତୁମ୍ବି ତୋଫାନ ହୋଇଥିବା ବେଳେ ସ୍ଥାନୀୟ ଲୋକେ ୟୁପି ପୁଲିସ୍‌ କର୍ମୀଙ୍କୁ କାବୁ କରି ନିର୍ଧୂମ ପିଟିଥିଲେ । ଏପରିକି ସେମାନଙ୍କ ଉପରେ ହତ୍ୟା ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.