ନୂଆଦିଲ୍ଲୀ : ସାଇବର ଠକାମିର ଶିକାର ହେଲେ ଆଇପିଏସ ଅଫିସରଙ୍କ ପତ୍ନୀ। କେବଳ ଆଇପିଏସ୍ ଅଧିକାରୀଙ୍କ ପତ୍ନୀ ନୁହନ୍ତି, ତାଙ୍କ ରୋଷେୟାଙ୍କ ଆକାଉଣ୍ଟରୁ ବି କଟିଗଲା ଟଙ୍କା। ଉଭୟଙ୍କ ଆକାଉଣ୍ଟରୁ ୧.୮୦ ଲକ୍ଷ ଟଙ୍କା ଲୁଟି ନେଇଛି ସାଇବର ଠକ। ଏପରି ଘଟଣା ରାଜଧାନୀ ଦିଲ୍ଲୀରେ ଘଟିଥିବା ବେଳେ ଏନେଇ ଦିଲ୍ଲୀ ସାଇବର ସେଲ୍ରେ ମାମଲ ରୁଜୁ ହୋଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ଲିଖିତ ଅଭିଯୋଗ ଅନୁଯାୟୀ, ଆଇପିଏ ଅଫିସରଙ୍କ ପତ୍ନୀ ନିଜ ଘରର ପୁରୁଣା ଫର୍ଣ୍ଣିଚର ବିକ୍ରି କରିବାକୁ ଅନଲାଇନ୍ ବିଜ୍ଞାପନ ଦେଇଥିଲେ। ଏହାପରେ ତାଙ୍କ ନିକଟରୁ ଏକ କଲ୍ ଆସିଥିଲା। ଅପରପାର୍ଶ୍ୱର ବ୍ୟକ୍ତିଜଣକ ନିଜକୁ ବାଙ୍ଗାଲୁରର ଏକ ଫର୍ଣ୍ଣିଚର ଶୋ’ରୁମର ମାଲିକ ରାହୁଲ ବୋଲି ପରିଚୟ ଦେଇଥିଲେ। ଏହାପରେ ବିଶ୍ୱାସ ଜନ୍ମାଇ ସେ ଆଇପିଏ ଅଫିସରଙ୍କ ପତ୍ନୀ ଓ ତାଙ୍କ ରୋଷେୟାଙ୍କ ଆକାଉଣ୍ଟ ନମ୍ବର ହାତେଇ ନେଲେ। ଏହାପରେ ମହିଳାଙ୍କ ଆକାଉଣ୍ଟରୁ ୧.୦୭ ଲକ୍ଷ ଟଙ୍କା ଓ ତାଙ୍କ ରୋଷେୟାଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଏ ପର୍ଯ୍ୟନ୍ତ ଗିରଫ କରିନି ।