You are currently viewing ଗଞ୍ଜେଇ କାରବାରରେ ଖାକି ଲିଙ୍କ

ଗଞ୍ଜେଇ କାରବାରରେ ଖାକି ଲିଙ୍କ

  • Post category:ଅପରାଧ
  • Reading time:1 mins read

ବୌଦ୍ଧ(ଏଏନଏସ)୨୦/୦୧, ଗଞ୍ଜେଇ କାରବାରରେ ବାହାରିଛି ଖାକି ଲିଙ୍କ । ଏଥିପାଇଁ ୨ କନେଷ୍ଟବଳଙ୍କ ସମେତ ଫାଣ୍ଡି ଅଧିକାରୀ ନିଲମ୍ବିତ ହୋଇଛନ୍ତି । ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ, କନେଷ୍ଟବଳ ସଂଜୀବ ପ୍ରଧାନ ଓ କେଶବ ପ୍ରଧାନ ନିଲମ୍ବିତ ହୋଇଛନ୍ତି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରହ୍ଲାଦ ସହାଇ ମୀନା ନିଲମ୍ବିତ କରିଛନ୍ତି। ସୂଚନା ଅନୁଯାୟୀ ଗତ ୧୬ ତାରିଖରେ ଜଣେ ଗଞ୍ଜେଇ ବେପାରୀକୁ ଏକ ବାଇକ୍‌ ସହ ଧରାଯାଇଥିଲା। ତା ନିକଟରୁ ୧୬ କିଲୋ ଗଞ୍ଜେଇ ମଧ୍ୟ ଜବତ ହୋଇଥିଲା। ତେବେ ଗଞ୍ଜେଇ ବେପାରୀକୁ ଛାଡିବା ସହ ଗଞ୍ଜେଇକୁ ନିଜ ବାସଭବନରେ ଲୁଚାଇ ରଖିଥିଲେ ପୋଲିସ ଅଧିକାରୀ। ଏନେଇ ବୌଦ୍ଧ ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଏସ୍‌ପି ତଦନ୍ତ କରି ସରକାରୀ ବାସଭବନରୁ ଗଞ୍ଜେଇ ସହ ଏକ ବାଇକ୍‌ ଜବତ କରିଥିଲେ। ତେବେ ପୂର୍ବରୁ ମଧ୍ୟ ସେହି ଫାଣ୍ଡିରେ ଏଭଳି ଅଭିଯୋଗ ଆସିଥିବା ବେଳେ ଜଣେ ଫାଣ୍ଡି ଅଧିକାରୀଙ୍କୁ ବଦଳି କରାଯାଇଥିଲା।

ଅନ୍ୟମାନଙ୍କୁ ଜଣାନ୍ତୁ।