ଜୁଆ ଆଡ୍ଡା ଉପରେ ଚଢାଉ

ବ୍ରହ୍ମପୁର(୩.୧୦.୨୨) : ପୋଲିସକୁ ସଫଳତା । ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଖାରବେଳ ନଗର ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଥିଲା । ଏହି ଚଢାଉରେ ପୋଲିସ ୧୦ ଜଣକୁ ଗିରଫ କରିଥିଲା । ଏହା ସହିତ ପୋଲିସ ୪ ଲକ୍ଷ ୨୫ ହଜାର ୨୭୦ ଯଙ୍କା ଜବତ କରିଛି । ଏହା ସହ ୧୧ ଟି ମୋବାଇଲ ଫୋନ ଓ ୩ଟି ମୋଟସାଇକେଲ ମଧ୍ୟ ଜବତ କରିଛି । ପୋଲିସ । ଏନେଇ ବ୍ରହ୍ମପୁର ପୋଲିସ୍ ସୂଚନା ଦେଇଛି । ଏବେ ପାର୍ବଣ ଚାଲିଥିବାରୁ ଅପରାଧୀଙ୍କର ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏଥି ପାଇଁ ସାରା ରାଜ୍ୟରେ ପୋଲିସ ସତର୍କ ରହିଛି । ଏହି ସମୟରେ ପୋଲିସ ତାର ପେଟ୍ରୋଲିଂକୁ ମଧ୍ୟ ଜୋରଦାର କରିଛି । ଯାହା ଫଳରେ ରାତି ଅଧରେ ଏହି ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରି ଅପରାଧିମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।

Leave A Reply

Your email address will not be published.