You are currently viewing ବ୍ୟାଗରୁ ମିଳିଲା ନବଜାତ ଶିଶୁର ମୃତ ଦେହ

ବ୍ୟାଗରୁ ମିଳିଲା ନବଜାତ ଶିଶୁର ମୃତ ଦେହ

  • Post category:ଅପରାଧ
  • Reading time:1 mins read

ଭଦ୍ରକ(୨୩.୯.୨୨) : ଜନ୍ମ ପରେ ନବଜାତକୁ ବ୍ୟଗରେ ପୁରାଇ ଫିଙ୍ଗାଯାଇଥିବା ଦେଖବବାକୁ ମିଳିଛି । ତେବେ ଏହି ବ୍ୟାଗଟି ମେଡିକାଲ ପରିସରରୁ ମିଳିଛି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏପରି ଘଟଣା । ମେଡିକାଲ ପରିସରରେ ଥିବା ଶୌଚାଳୟ ନିକଟରେ ବାଇକ୍ ପାର୍କିଂ ପାଇଁ ଯିବା ବେଳେ କେତେକ ଲୋକ ଏକ ବ୍ୟାଗ ଦେଖିଥିଲେ । ଏହା ପରେ ଏଥିରେ ଏକ ନବଜାତ ଶିଶୁ ଥିବା ଦେଖିଥିଲେ । ଏହା ପରେ ଲୋକମାନେ ସ୍ଥାନୀୟ ପୋଲିସକୁ ଜଣାଇଥିଲେ । ତେବେ ପୋଲିସ ଉପସ୍ଥିତିରେ ବ୍ୟାଗ୍ ଖୋଲିବା ପରେ ଏଥିରେ ନବଜାତ ଶିଶୁର ମୃତ ଦେହ ଥିବା ଦେଖିବାକୁ ମିଳିଥିଲା । ତେବେ ବିଳମ୍ବିତ ରାତିରେ ଏହି ବ୍ୟାଗ୍‌ରେ ପୁରାଇ କେହି ନବଜାତ ଶିଶୁକୁ ଏଠାରେ ଛାଡି ଯାଇଥିବା ଅନୁମାନ କରାଯାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।