You are currently viewing ପିଲାଙ୍କୁ ରଡରେ ପିଟିଲେ ପ୍ରଧାନଶିକ୍ଷୟତ୍ରୀ

ପିଲାଙ୍କୁ ରଡରେ ପିଟିଲେ ପ୍ରଧାନଶିକ୍ଷୟତ୍ରୀ

  • Post category:ଅପରାଧ
  • Reading time:1 mins read

କାମାକ୍ଷାନଗର(୧.୧୦.୨୨) : ଦଣ୍ଡ ମୁକ୍ତ ଅଞ୍ଚଳରେ ଦିଆଯାଉଛି ଅକଥନୀୟ ଦଣ୍ଡ । ତେବେ ଛୋଟ ପିଲାମାନଙ୍କୁ ବୁଝାଇ ପାଠ ପଢାଇବା ବଦଳରେ ସେମାନଙ୍କୁ ଲୁହା ରଡରେ ପିଟିଛନ୍ତି ଖୋଦ ପ୍ରଧାନ ଶିକ୍ଷୟତ୍ରୀ । ଏହା ସହିତ ଏସିଡ ପକାଇ ମାରିଦେବା ଧମକ ମଧ୍ୟ ଦେଇଛନ୍ତି । ଏହି ଡର ଫଳରେ ଛୋଟ ପିଲାମାନେ ସ୍କୁଲ ଯିବାକୁ ଡରୁଛନ୍ତି । ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପୁରୁଣାରେକୁଳା ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ଘଟିଛି । ତୁରନ୍ତ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପଲତା ଶତପଥୀଙ୍କ ବଦଳି କରା ନ ଗଲେ ସ୍କୁଲରେ ତାଲା ପକାଇବା ସହ ପିଲାଙ୍କୁ ଆଉ ପାଠ ପଢ଼ିବାକୁ ଛାଡ଼ିବେନି ବୋଲି କହିଛନ୍ତି ଅଭିଭାବକ । ଗତକାଲି ପ୍ରଧାନଶିକ୍ଷୟିତ୍ରୀ ପଞ୍ଚମ ଶ୍ରେଣୀକୁ ଯାଇଥିବା ବେଳେ ସେଠାରେ କୌଣସି କାରଣକୁ ନେଇ କ୍ରୋଧିତ ହୋଇପଡ଼ିଥିଲେ। ଏହାପରେ ଏକ ଲୁହା ରଡ଼ ଆଣି ପିଲାଙ୍କୁ ଆଖି ବୁଜା ପିଟିବାକୁ ଲାଗିଲେ। ସ୍କୁଲ ଛୁଟି ପରେ ପିଲାମାନେ କାନ୍ଦି କାନ୍ଦି ଘରେ ସବୁ କଥା କହିଥିଲେ। ଏହାପରେ ଉତ୍ତ୍ୟକ୍ତ ଅଭିଭାବକମାନେ ସ୍କୁଲ ଘେରିବା ସହ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଅଟକ ରଖିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।