ସଞ୍ଜନା ସାଘିଂଙ୍କ ଦ୍ୱିତୀୟ ଫିଲ୍ମ

ଫିଲ୍ମ ‘ଦିଲ୍ ବେଚାରା’ ରୁ ନିଜ କ୍ୟାରିଅର ଆରମ୍ଭ କରିଥିବା ସଞ୍ଜନା ସାଘିଂ ଆଦିତ୍ୟ ରୟ କପୁରଙ୍କ ସହ ଏକ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଫିଲ୍ମଟି ହେଉଛି ‘ଓମ ଦ ବ୍ୟାଟେଲ ଉଇଥଇନ’ । ଫିଲ୍ମର ପ୍ରଡ୍ୟୁସର ହେଉଛନ୍ତି ମହମ୍ମଦ ଖାଁ । ପୂର୍ବ ଫିଲ୍ମରେ ନିଜର ଚମତ୍କାର ଅଭିନୟ ଯୋଗୁଁ ଏହି ଫିଲ୍ମରେ ତାଙ୍କୁ ସାଇନ କରାଯିବା କଥା କହିଛନ୍ତି ଫିଲ୍ମ ନିର୍ମାତା । ଫିଲ୍ମରେ ଥିବା ନିଜର ଆକ୍ସନ ସିନକୁ ନେଇ ଉତ୍ସାହ ପ୍ରକାଶ କରିଛନ୍ତି ସଞ୍ଜନା । ଏହି ଫିଲ୍ମର ଆକ୍ସନ ସିନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସଞ୍ଜନା । ଫିଲ୍ମକୁ ଆସନ୍ତା ବର୍ଷ ରିଲିଜ କରାଯିବାର ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.