ମୁମ୍ବାଇ, ଆଜି ହେଉଛି ବଲିଉଡ ମସ୍ତାନୀ ଦୀପିକା ପାଦୁକୋନଙ୍କ ୩୫ ତମ ଜନ୍ମ ଦିବସ । ଏନେଇ ସିନେମା ଜଗତର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଅନେକ କଳାକାରମାନେ ତାଙ୍କୁ ଜନ୍ମଦିବସର ଅଭିନନ୍ଦନ ଜଣାଇବା ସହ ତାଙ୍କ ଦୀର୍ଘଜୀବନ ଏବଂ ସୁଖମୟ ଜୀବନର କାମନା କରିଛନ୍ତି । ଟଲିଉଡ ସୁପରଷ୍ଟାର ପ୍ରଭାସ, ଆଲିଆ ଭଟ୍ଟ, ଅନୁଷ୍କା ଶର୍ମାଙ୍କ ସହ ଅନେକ ବଡ ବଡ କଳାକାର ମଧ୍ୟ ଦୀପିକାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କ୍ୟାଟ୍ରିନା କୈଫ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଦୀପିକାଙ୍କୁ ଶୁଭକାମନା ଜଣାଛନ୍ତି ।

ସୂଚନାଥାଉକି, ଦୀପିକା ନୂଆବର୍ଷ ଅବସରରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ସମସ୍ତ ପୋଷ୍ଟକୁ କାଟି ଦେଇଥିଲେ । ଯାହାଫଳରେ ଫ୍ୟାନ୍ସମହଲରେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା । ତେବେ ସେ କ’ଣ ପାଇଁ ଏପରି କରିଥିଲେ ସେ ସମ୍ବନ୍ଧରେ କିଛି ଜଣାପଡିନାହିଁ ।