ସୁପରଷ୍ଟାର ରଜନୀକାନ୍ତଙ୍କ ୭୦ ତମ ଜନ୍ମ ଦିବସ

୭୦ବର୍ଷରେ ପାଦ ଥାପିଲେ ସୁପରଷ୍ଟାର ରଜନୀକାନ୍ତ । ନିଜ ଅଭିନୟ ପାଇର୍ ଏବଂ ନିଜର ବ୍ୟକ୍ତତ୍ୱ ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି ରଜନୀକାନ୍ତ । ଏହି ଖୁସିର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭମ୍ଭ କରି ଅନେକ୍ କଳାକାର ଓ ଫ୍ୟାନ୍ସ ମାନେ ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି । ଟଲିଉଡରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ସବୁଠାରେ ପ୍ରଶଂସିତ ରଜନୀକାନ୍ତ । ସୁପରଷ୍ଟାର ରଜନୀକାନ୍ତଙ୍କୁ ୨୦୦୦ରେ ପଦ୍ମଭୂଷଣ ଏବଂ ୨୦୧୬ରେ ପଦ୍ମବିଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ସାଉଥ ସୁପରଷ୍ଟାର ରଜନୀକାନ୍ତ କେବଳ ଫିଲ୍ମ ନୁହେଁ ରାଜନୀତିରେ ମଧ୍ୟ ବେଶ୍ ଚର୍ଚ୍ଚିତ। ଆସନ୍ତାବର୍ଷ ସେ ତାଙ୍କ ରାଜନୈତିକ ଦଳ ଗଢ଼ିବେ, ଏହାପରେ ସେ ରାଜନୀତିରେ ପଦ ରଖିବା ନେଇ ଘୋଷଣା କରିଛନ୍ତି ।

Leave A Reply

Your email address will not be published.