‘ଉଡାନ’ ଅଭିନେତ୍ରୀ ମାଲବୀ ମଲୋତ୍ରାଙ୍କ ଉପରେ ମରଣାତ୍ମକ ଆକ୍ରମଣ

କେତେ ଗୁଡିଏ ଫିଲ୍ମ ଏବଂ କଲର୍ସର ରିୟାଲସଟି ଶୋ ଉଡାନରେ କାମ କରିଥିବା ଅଭିନେତ୍ରୀ ମାଲବୀ ମଲୋତ୍ରାଙ୍କ ଉପରେ ହୋଇଛି ମରଣାତ୍ମକ ଆକ୍ରମଣ । ଯାହା ପରେ ମାଲବୀଙ୍କୁ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିନେତ୍ରୀଙ୍କ ପେଟକୁ ଜଣେ ବ୍ୟକ୍ତି ଛୁରାରେ ଆକ୍ରମଣ କରିଥିଲା ଏବଂ ପରେ ତାଙ୍କ ମୁହଁଙ୍କୁ ଟାର୍ଗେଟ ବନେଇଥିଲା । ମାଲବୀ ନିଜ ମୁହଁକୁ ରକ୍ଷା କରିବା ବେଳେ ତାଙ୍କ ହାତରେ ଗଭୀର ଆଘାତ ଲାଗିଛି । ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ନାମରେ ଅଭିଯୋଗ ଦାଖଲ ହୋଇଛି । ଏଫଆଇଆର ପାଇବା ପରେ ପୋଲିସ ତାର ତଦନ୍ତ ଆରମ୍ଭ କରିଦେଇଛି ।

Leave A Reply

Your email address will not be published.