ନୂଆଦିଲ୍ଲୀ (୫.୧୦.୨୨) : କ୍ରିକେଟରଙ୍କ ପ୍ରେମରେ ଅଭିନେତ୍ରୀ । ଏପରି ଘଟଣା ଆଗରୁ ମଧ୍ୟ ଦେଖିବାକୁ ମିଳିଛି । ସେହିପରି ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ମଧ୍ୟ ପଛରେ ନାହାଁନ୍ତି । କ୍ରିକେଟର ରିଷଭ ପନ୍ଥଙ୍କ ପ୍ରେମରେ ମଧ୍ୟ ସେ ଖୁବ ପଡିଥିଲେ । ଏପରିକି ବିଭିନ୍ନ ସାଧାରଣ ସ୍ଥାନରେ ମଧ୍ୟ ରିଷବଙ୍କୁ ନେଇ ଉର୍ବଶୀ ବହୁତ ଶସ୍ତା କଥା କହିଥିଲେ । ଯାହାକି ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଏହାକୁ ରିଷବ ଜାଣିବା ପରେ ସେ ମଧ୍ୟ ସୋସିଆଲ ମିଡିଆରେ ଏକ ଷ୍ଟୋରୀ ‘ ମେରି ପିଛା ଛୋଡ ଦେ ବହନ’ ବୋଲି ଲେଖି ସେୟାର କରିଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ କୋଲ୍ଡ ଓ୍ଵାର ଆରମ୍ଭ ହୋଇଥିଲା । ପରେ ଉର୍ବଶୀ ଏକ କାର୍ଯ୍ୟକ୍ରମରେ ରିଷବଙ୍କ ନାମ ନନେଇ ତାଙ୍କୁ କ୍ଷମା ମାଗିଥିବାର ଦେଖାଯାଇଥିଲା । ଆଜି ରିଷବଙ୍କ ଜନ୍ମ ଦିନ ଅବସରରେ ଉର୍ବଶୀ ତାଙ୍କୁ ଏକ ଫ୍ଲାଇଙ୍ଗ କିସ ଦେଇ ‘ହାପି ବାର୍ଥ ଡେ’ କହିଛନ୍ତି । ଯାହାର ଭିଡିଓ ଉର୍ବଶୀ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯଦିଓ ଏହି ଭିଡିଓରେ ଉର୍ବଶୀ ରିଷବଙ୍କ ନାମ ନେଇ ନାହାଁନ୍ତି, ତେବେ ଖାଲି ‘ହାପି ବାର୍ଥଡେ’ ଲେଖିଛନ୍ତି ।
ଝଗଡ଼ା ହେବାରୁ ରାସ୍ତାରେ ପିଲାକୁ ଛାଡ଼ି ପଳାଇଲେ ମା ବାପା ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଟାର୍ଗେଟ କଲେ ଜୟନାରାୟଣବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ ପରେ ଟାର୍ଗେଟ କଲେ ଜୟନାରାୟଣପୋଷା କୁକୁରଙ୍କ ପାଇଁ ଆଇନ ଆଣିବ ବିଏମସିଭୂମିକମ୍ପରେ ଥରିଲା ୩ ଦେଶହୋର୍ଡିଂ ଉପରୁ ୨ ଘଣ୍ଟା ପରେ ଉଦ୍ଧାର ହେଲେ ଯୁବକପୁରୀରେ ମମତା ବାନାର୍ଜୀଆଜି ୪ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନବିଧାନସଭାରେ ହଟ୍ଟଗୋଳଗୃହରେ ଜଙ୍ଗଲ ନିଆଁ