ବିବାହ ପୂର୍ବରୁ ଦୁର୍ଘଟଣାରୁ ବର୍ତ୍ତିଲେ ବରୁଣ

ମୁମ୍ବାଇ, ଆଜି ବଲିଉଡ଼ ଅଭିନେତା ବରୁଣ ଧୱନଙ୍କ ବାହାଘର । ଏଥିଫାଇଁ ସେ କାର୍‌ ଯୋଗେ ଆଲିବାଗ୍‌ ସ୍ଥିତ ମେନସନକୁ ଯିବାପାଇଁ ବାହାରିଥିଲେ । କିନ୍ତୁ ରାସ୍ତାରେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । କାର୍‌ ଭିତରେ ନିଜେ ବରୁଣ ଥିବାବେଳେ, ଦୁର୍ଘଟଣାରେ ତାଙ୍କର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଆଉ କିଛି ସମୟ ପରେ ଆଲିବାଗ ସ୍ଥିତ “ଦ ମେନସନ ହାଉସ” ରିସର୍ଟରେ ବରୁଣ ତାଙ୍କ ପିଲାଦିନର ସାଙ୍ଗ ନତାସା ଦଲାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି  ।

Leave A Reply

Your email address will not be published.