You are currently viewing କ୍ରିକେଟ ପରେ ଏବେ ଫିଲ୍ମରେ ନଜର ଆସିବେ ପଠାନ

କ୍ରିକେଟ ପରେ ଏବେ ଫିଲ୍ମରେ ନଜର ଆସିବେ ପଠାନ

ନୂଆଦିଲ୍ଲୀ, ଜାନୁଆରୀ ୪ରେ ସବୁ ଫର୍ମାଟର କ୍ରିକେଟରୁ ବିଦାୟ ନେଇଥିବା କ୍ରିକେଟର ଇରଫାନ ପଠାନ ଏବେ ଅଭିନୟ କରିବାକୁ ମନ ବଳାଇଛନ୍ତି । ସେ ଖୁବ ଶୀଘ୍ର ଏକ ତାମିଲ ଫିଲ୍ମରେ ନଜର ଆସିବେ । ଇରଫାନଙ୍କ ଅଭିନୀତ ତାମିଲ ଫିଲ୍ମଟି ହେଉଛି ‘କୋବ୍ରା’ । ଫିଲ୍ମଟିର ଟିଜର ଗତକାଲି ଅର୍ଥାତ ଜାନୁଆରୀ ୯ ତାରିଖରେ ରିଲିଜ କରାଯାଇଥିଲା । ଏନେଇ ଇରଫାନ ପଠାନ ଟ୍ୱିଟ କରି ଜଣାଇଥିଲେ । ତେବେ ଟିଜର ରିଲିଜ ହେବା ପରେ ଇରଫାନଙ୍କ ଅଭିନୟକୁ ଦର୍ଶକ ଖୁବ ପ୍ରସଂଶା କରିଛନ୍ତି । ଫିଲ୍ମରେ ଇରଫାନଙ୍କ ସହ ତାମିଲ ଅଭିନେତା ଚିୟାନ ବିକ୍ରମ ଲିଡ ରୋଲରେ ନଜର ଆସିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।