You are currently viewing ପୁଣି ସେଟକୁ ଫେରିବେ ନୀତୁ ଓ ବରୁଣ ?

ପୁଣି ସେଟକୁ ଫେରିବେ ନୀତୁ ଓ ବରୁଣ ?


ମୁମ୍ବାଇ: କିଛି ଦିନ ତଳେ ଆକ୍ଟର ବରୁଣ ଓ ନୀତୁ କପୁର କରୋନା ସଂକ୍ରମଣରେ ସଂକ୍ରମିତ ହୋଇଥିଲେ । ଏହା ଫଳରେ ଫିଲ୍ମ ‘ଯୁଗ ଯୁଗ ଜିୟୋ’ ର ସୁଟିଂକୁ ବନ୍ଦ କରାଯାଇଥିଲା । ଏକ ରିପୋର୍ଟ ମୁତାବକ ବରୁଣ ଧୱନ ଏବଂ ନୀତୁ କପୁରଙ୍କ କରୋନା ରିପୋର୍ଟ ନକରାତ୍ମକ ଆସିଛି । ଡିସେମ୍ବର ୧୭ ତାରିଖରେ ‘ଯୁଗ ଯୁଗ ଜିୟୋ’ ର ଅନ୍ୟ କାଷ୍ଟ ଅର୍ଥାତ ଅନୀଲ କପୁର ଏବଂ କିଆରା ଆଡଭାନୀ ସୁଟିଂ ଆରମ୍ଭ କରୁଥିବା ସୂଚନା ମିଳିଛି । ତେବେ ଆଜି ଅଭିନେତା ବରୁଣ ଧୱନ ନିଜର ଶେଷ ଆଣ୍ଟିଜେନ ପରୀକ୍ଷା ଦେବେ । ତେବେ ପୂର୍ବାପେକ୍ଷା ଅଭିନେତାଙ୍କୁ ଛୋଟ ଛୋଟ ସିଫ୍ଟରେ କାର୍ଯ୍ୟ କରିବାକୁ ଦିଆଯିବ ବୋଲି ସୂଚନା ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।