ମୁମ୍ବାଇ(2.5.23): ‘ପୋନିୟିନ୍ ସେଲ୍ଭନ୍’ର ପ୍ରଥମ ଭାଗ, ଯାହା ଗତବର୍ଷ ପଡ଼ ପରଦାରେ ଦେଖିବାକୁ ମିଳିଥିବା। ଏହି ଫିଲ୍ମଟି ଚୋଲ୍ ସାମ୍ରାଜ୍ୟ ଉପରେ ଆଧାରିତ ହୋଇଥିଲା। ଯାହା ବକ୍ସ ଅଫିସରେ ଜବରଦସ୍ତ ହିଟ୍ ହୋଇଥିଲା। ‘ପୋନିୟିନ୍ ସେଲ୍ଭନ୍-୧’ ବିଶ୍ବ ସ୍ତରରେ ପାଖାପାଖି ୫୦୦ କୋଟି ଟଙ୍କାର ଆୟ କରିଥିଲା। ସେହିଭଳି ‘ପୋନିୟିନ୍ ସେଲ୍ଭନ୍-୨’ରୁ ମଧ୍ଯ ‘ପୋନିୟିନ୍ ସେଲ୍ଭନ୍-୧’ ଭଳି ଭଲ ରୋଜଗାର କରିବା ବୋଲି ଆଶା କରାଯାଉଛି। ତେବେ ଐଶ୍ବର୍ଯ୍ୟା ରାୟଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟିକୁ ବହୁତ ଭଲ ରିଭ୍ୟୁ ମିଳିଛି। ହେଲେ ରୋଜଗାର ହିସାବରେ ଦେଖିବାକୁ ଗଲେ ଦ୍ବିତୀୟ ଭାଗ ପ୍ରଥମ ଭାଗର ପ୍ରାରମ୍ଭ ବେପାରଠାରୁ ଟିକେ ପଛରେ ରହିଛି।ସୂଚନା ମୁତାବକ, ଗତ ଶୁକ୍ରବାର ଦିନ ରିଲିଜ୍ ହୋଇଥିବା ଏହି ଫିଲ୍ମଟି ପ୍ରଥମ ଦିନରେ ୬୧.୫୩ କୋଟିର ବିଜିନେସ୍ କରିଥିବା ବେଳେ ଦ୍ବିତୀୟ ଦିନରେ ୨୬ କୋଟି ଟଙ୍କାର ଆୟ କରିଛି। ତେବେ ଫିଲ୍ମଟିର ବିଶ୍ବ ସ୍ତରୀୟ ରୋଜଗାର ୧୦୦ କୋଟିରୁ ଊର୍ଧ୍ବ ଛୁଇଁଛି। ତେବେ ଏହି ଫିଲ୍ମଟି ରିଲିଜ ହେବା ପରେ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କ ସ୍ବାମୀ ଅଭିଷେକ ବଚ୍ଚନ ‘ପୋନିୟିନ୍ ସେଲ୍ଭନ-୨’ର ପୂରା ଟିମ୍କୁ ଶଭେଚ୍ଛା ଜଣାଛନ୍ତି। ଖାଲି ସେତିକି ନୁହେଁ ସେ ପତ୍ନୀ ଐଶ୍ବର୍ଯ୍ୟାଙ୍କୁ ବିଶେଷ ଅଭିନନ୍ଦନ ଜଣାଇ ନିଜ ଟ୍ବିଟର ପେଜ୍ ରେ ଏକ ଟ୍ବିଟ୍ ସେୟାର କରିଛନ୍ତି।ଏହି ଫିଲ୍ମ ଦୁଇ ଦିନରେ ୨.୮୦ ମିଲିୟନ ଡଲାର ସଂଗ୍ରହ କରିଛି। ୨୦୨୩ ମସିହାରେ, ‘ପୋନିୟିନ୍ ସେଲ୍ଭନ-୨’ ହେଉଛି ପଠାନଙ୍କ ପରେ ଉତ୍ତର ଆମେରିକାର ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର । ଏଥି ସହିତ ଚଳିତ ବର୍ଷ ଉତ୍ତର ଆମେରିକାରେ ରୋଜଗାର କରିବା ସବୁଠାରୁ ବଡ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର।
ବାହାନଗା ସ୍କୁଲ୍ରେ ହେବ ଶୁଦ୍ଧିକରଣଉନ୍ମୋଚନ ହେଲା ଓଡ଼ିଶା ଆମ୍ବ ଲୋଗୋଯାଜପୁର କଳିଙ୍ଗନଗର ଡୁବୁରୀ ଛକରେ ଭୟାବହ ଅଗ୍ନିକାଣ୍ଡଆଜି ମହାପ୍ରଭୁଙ୍କ ଅଣସର ସେବାର ଚତୁର୍ଥ ଦିନୟୁଟ୍ୟୁବର ‘ଅନ୍ ଟାଲେଣ୍ଟେଡ୍ ଗାଏ’ର ଚ୍ୟାନେଲ ବ୍ୟାନ୍ଗାଧୋଇବାବେଳେ ପୋଖରୀରେ ବୁଡ଼ି ୨ ମହିଳା ମୃତଅପରାହ୍ନ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳଯାତ୍ରୀଙ୍କୁ ନେଇ ପୁରୀରୁ କୋଲକାତା ଯାଉଥିବା ବସ୍ ଅଟକମୋଦୀଙ୍କ ପାଖକୁ ସ୍ୱତନ୍ତ୍ର କିସମର ଆମ୍ବ ପଠାଇଲେ ମମତା ବାନାର୍ଜୀଦୂରଦର୍ଶନର ପ୍ରଥମ ଇଂରାଜୀ ନ୍ୟୁଜ୍ ଆଙ୍କର ଗୀତାଞ୍ଜଳି ଆୟରଙ୍କ ପରଲୋକ