You are currently viewing ଅଲ୍ଲୀ-ରିଚାଙ୍କ ପଡିବ ହାତଗଣ୍ଠି

ଅଲ୍ଲୀ-ରିଚାଙ୍କ ପଡିବ ହାତଗଣ୍ଠି

ମୁମ୍ବାଇ (୨୯.୯.୨୨) : ବଲିଉଡରେ ବାଜିବ ଶହାନାଇ । ହାତକୁ ଦିହାତ ହେବେ ଅଭିନେତା ଅଲୀ ଫେଜଲ ଓ ରିଚା ଚଡ୍ଡା । ଆଉ ଦୁଇ ଦିନ ପରେ ପଡିବ ହାତଗଣ୍ଠି । ଏଥିପାଇଁ ଚାଲିଛି ପ୍ରସ୍ତୁତି । ତେବେ ଏହି ବାହାଘରରେ ମେହେନ୍ଦୀ ପାଇଁ ରାଜସ୍ଥାନରୁ ଆସିଛି ମେହେନ୍ଦୀ । ସ୍ୱତନ୍ତ୍ର ବରାଦ ଦେଇ ରାଜସ୍ଥାନରୁ ମେହେନ୍ଦୀ କଳାକାରଙ୍କୁ ଡକା ଯାଇଛି । ଆସନ୍ତା କାଲି ହେବ ମେହେନ୍ଦୀ ପୋଗ୍ରାମ । ସେହିପରି ପୁରୁଣା ଦୀଲ୍ଲୀରୁ ଆସିଛି ମିଠେଇ । ଦିଲ୍ଲୀର ବିଭିନ୍ନ ସ୍ଥାନରୁ ଚାଟ, ଟିକି ଓ ଅନେକ ଗୁଡିଏ ଷ୍ଟ୍ରିଟ ଫୁଡ କାଉଣ୍ଟର କରାଯାଇଛି । ସଙ୍ଗୀତରେ ୧୦୦ ଜଣ ବନ୍ଧୁ ବାନ୍ଧବ ସାମିଲ ହେବେ । କକ୍ ଟେଲ ପାର୍ଟିରେ ୧୫୦ରୁ ୨୦୦ ବନ୍ଧୁବାନ୍ଧବ ସାମିଲ ହେବେ । ମେହେନ୍ଦୀ ସେରିମୋନି ବେଳେ ଲୋକ ଗାୟକମାନେ ମଧ୍ୟ ଉପସ୍ଥିତ ରହିବେ । ଆଜିଠାରୁ ଏହି ଦୁଇ ଷ୍ଟାର କପଲଙ୍କ ବିବାହ ସମାରୋହ ଆରମ୍ଭ ହେବାକୁ ଯାଉଛି । ଅଲୀ-ରିଚା ବିବାହ ପରେ ମୁମ୍ବାଇରେ ରିସେପ୍ସନ୍ ପାର୍ଟି ଦେବେ।

ଅନ୍ୟମାନଙ୍କୁ ଜଣାନ୍ତୁ।