You are currently viewing ୮୦ ବର୍ଷରେ ପାଦ ଦେଲେ ଅମିତାଭ ବଚ୍ଚନ

୮୦ ବର୍ଷରେ ପାଦ ଦେଲେ ଅମିତାଭ ବଚ୍ଚନ

ମୁମ୍ବାଇ(୧୧.୧୦.୨୨) : ଗୋଟିଏ ନାଁ ଅନେକ ଚରିତ୍ର ଅନେକ ପରିଚୟ । ଆଜି ଶତାଦ୍ଦୀର ମହାନାୟକଙ୍କ ଜନ୍ମଦିନ ୧୯୪୨ ମସିହା ଅକ୍ଟେବର ମାସ ଆଜିର ଦିନରେ ଉତ୍ତର ପ୍ରଦେଶର ଆଲ୍ଲାହାବାଦରେ ଜନ୍ମଗ୍ରହଣ କରିଥିଲେ ଅମିତାଭ । ବଲିଉଡରେ ପ୍ରଥମ ଫିଲ୍ମ ଥିଲା ସାତ ହିନ୍ଦୁସ୍ତାନୀ ।

ଏହା ପରେ ବହୁ ଉଥାନ ଓ ପତ୍ତନ ନେଇ ସଫଳତା ଶୀର୍ଷ ଛୁଇଁଲେ ଅମିତାଭ । ଅଶୀ ବର୍ଷରେ ପହଞ୍ଚିଥିଲେ ମଧ୍ୟ ସେ ଅନେକ ସଫଳତା ପାଇଛନ୍ତି । କିଏ କହେ ତାଙ୍କୁ ଅଲଟାଇମ ଆଙ୍ଗ୍ରି ମ୍ୟାନ । କେହି କୁହନ୍ତି ବଲିଉଡ ଶେହନଶାହା । ବିଟାଉନର ସୁପରଷ୍ଟାର । ସେ ୧୯୬୯ରେ ଫିଲ୍ମ ସାତ ହୀନ୍ଦୁସ୍ତାନୀରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହା ପରେ ୨-୩ ଫ୍ଲପ ସିନେମାରେ ନଜରକୁ ଆସିଥିଲେ ।

ଏହା ପରେ କାମ ପାଇ ନଥିଲେ ଅମିତାଭ । ଯେତେବେଳେ ତାଙ୍କୁ ବୟସ ୩୦ ହୋଇଥିଲା ସେତେବେଳେ ସେ ୧୨ ଟି ଫିଲ୍ମରେ କାମ କାରିଥିଲେ । ସେଥିରୁ ହିଟ ହୋଇଥିଲା ମାତ୍ର ୨ଟି । ଗୋଟିଏ ବମ୍ବେ ଟୁ ଗୋଆ ଓ ଅନ୍ୟଟି ଆନନ୍ଦ । ଫିଲ୍ମ ଆନନ୍ଦରେ ସେ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ସହ ଅଭିନୟ କରିଥିଲେ । ଏହି ଫିଲ୍ମରେ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା । ଏହା ପରେ ତାଙ୍କର ଅଭିନିତ ଫିଲ୍ମ ବମ୍ବେଟୁ ଗୋଆକୁ ପସନ୍ଦ କରିଥିଲେ ଦର୍ଶକ । ୧୯୭୩ ରେ ରିଲିଜ୍ ଫିଲ୍ମ ଜଞ୍ଜିରରୁ ପୋଲିସ ଇନିସପେକ୍ଟର ବିଜୟ ଭୂମିକାରେ ଅଭିନୟ କରିଥିଲେ ।

ଏହା ପରେ ସେ ରାତାରାତି ପାଲଟିଗଲେ ସୁପର ଷ୍ଟାର । ଫିଲ୍ମ ଜଞ୍ଜିର ପରେ ସେ ଆଉ ପଛକୁ ବୁଲି ଚାହିଁ ନାହାନ୍ତି । ବଲିଉଡକୁ ଦେଇଚାଳିଲେ ଗୋଟିଏ ପରେ ଗୋଟିଏ ଫିଲ୍ମ । ୧୯୭୫ରେଆସିଥିଲା ସୋଲେ । ଯାହା ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଏକ ମାଇଲଷ୍ଟୋନ ହେଲା । ଏଥିରେ ଧର୍ମେନ୍ଦ୍ରଙ୍କ ସହ ନଜରକୁ ଆସିଥିଲେ ଅମିତାଭ । ବଡ ପରଦା ସହ ଛୋଟ ପରଦାରେ ବି ଲୋକପ୍ରିୟତା ସାଉଟିଛନ୍ତି ବିଗ ବି । ରିଆଲଟି ସୋ କୌନ ବନେଗା କରୋଡ ପତି ସିରିଜର ହୋଷ୍ଟ ସିଟରେ ଅଛନ୍ତି ଅମିତାଭ । ତାଙ୍କର ଉପସ୍ଥାପନା ଶୈଳୀକୁ ମିଳୁଛି ଢେର ପ୍ରଶଂସା ।

ଅନ୍ୟମାନଙ୍କୁ ଜଣାନ୍ତୁ।