ଗତ କିଛି ବର୍ଷ ହେବ ବଲିଉଡ ଜଗତର ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅଭିନେତା ଅର୍ଜୁନ କପୁର ପରସ୍ପରକୁ ଡେଟ୍ କରୁଛନ୍ତି। ଉଭୟଙ୍କ ଏହି ଡେଟ୍ କୁ ନେଇ ବିବାହ ପାଇଁ ଅନେକ କଳ୍ପନାଜଳ୍ପନା କରାଯାଇଛି, ହେଲେ ପ୍ରତ୍ୟେକ ଥର ଉଭୟ ବିବାହ କରିବାକୁ ଯୋଜନା କରିନଥିବା କହି ଆସିଛନ୍ତି। ସେମାନେ ନିଜର ଏଭଳି ସମ୍ପର୍କରେ ଖୁସି ଅଛନ୍ତି ବୋଲି କହିବା ସହ ବିବାହ କରିବାକୁ ଯୋଜନା କରୁନାହାନ୍ତି ବୋଲି କହିଥିଲେ। କିନ୍ତୁ ଏବେ ପୁଣି ଥରେ ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଚଳିତ ବର୍ଷ ଶେଷରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।ରିପୋର୍ଟ ଅନୁଯାୟୀ, ଅର୍ଜୁନ କପୁର ଏବଂ ମଲାଇକା ଆରୋରା ବିବାହ କରିବା ପାଇଁ ଯୋଜନା କରୁଛନ୍ତି। ଏନେଇ ଉଭୟ ଚଳିତ ବର୍ଷ ନଭେମ୍ବର କିମ୍ବା ଡିସେମ୍ବରରେ ବିବାହ କରିବାର ସୂଚନା ରହିଛି। ଉଭୟଙ୍କ ବିବାହରେ କେବଳ ପରିବାର ଲୋକେ ଉପସ୍ଥିତ ରହିବା ନେଇ ଯୋଜନା କରାଯାଇଛି। ବିବାହ ପରେ ଦୁହେଁ ଭୋଜିରେ ଆୟୋଜନ କରିବେ।

ଏହା ପୂର୍ବରୁ ଗଣମାଧ୍ୟମକୁ ସାକ୍ଷାତକାରରେ ମଲାଇକା କହିଥିଲେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେ ଭବିଷ୍ୟତରେ ଏକାଠି ରହିବାକୁ ଚାହୁଁଛୁ। ଅର୍ଜୁନଙ୍କ ସହ ମୋର ସଂପର୍କ ପବିତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ। ଆମେ ପରସ୍ପରକୁ ବହୁତ ଭଲ ଭାବରେ ବୁଝିପାରୁ। ଅର୍ଜୁନଙ୍କ ସହ ରହି ମୁଁ ବହୁତ ଖୁସି । ଅର୍ଜୁନ ମୋତେ ଆତ୍ମବିଶ୍ୱାସ ଏବଂ ସୁରକ୍ଷା ଦେଇଛନ୍ତି। ମୁଁ ତାଙ୍କ ସହ ମୋର ଶେଷ ସମୟ ପର୍ଯ୍ୟନ୍ତ ରହିବାକୁ ଚାହୁଁଛି। ଆମେ ଏବେ ଆଗକୁ କେଉଁ ପଦକ୍ଷେପ ନେବୁ ସେ ବିଷୟରେ ଚିନ୍ତା କରୁଛୁ। ତାଙ୍କର ଏଭଳି ପ୍ରତିକ୍ରିୟା ପରେ ଖୁବ ଶୀଘ୍ର ମଲାଇକା ଏବଂ ଅର୍ଜୁନ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ବୋଲି କୁହାଯାଉଛି।