You are currently viewing ଅମୀର ଖାନଙ୍କ ଘରେ ବାଜିବ ଶହାନାଇ

ଅମୀର ଖାନଙ୍କ ଘରେ ବାଜିବ ଶହାନାଇ

ମୁମ୍ବାଇ (୧.୯.୨୨) : ହାତକୁ ଦି ହାତ ହେବେ ଅମୀରଙ୍କ ଝିଅ ଇରା । ସେ ତାଙ୍କ ଲଙ୍ଗ ଟାଇମ ବୟଫ୍ରେଣ୍ଡଙ୍କ ସହ ବିବାହ କରିବେ । ଇରା ତାଙ୍କ ପ୍ରେମିକ ନୁପୁର ଶିଖାରେଙ୍କ ସହ ନିର୍ବନ୍ଧ କରି ନେଇଛନ୍ତି । ଯାହାର ଫଟେ ଆଉ ଭିଡିଓକୁ ନିଜ ସୋଶିଆଲ ମିଡିଆରେ ସେୟାର କରିଛନ୍ତି ଏହି ଷ୍ଟାର କିଡ । ଏହି ଭିଡିଓରେ ନୁପୁର ସମସ୍ତଙ୍କ ଆଗରେ ରୋମାଣ୍ଟିକ ଭାବରେ ଆଣ୍ଠୁରେ ବସି ଇରାଙ୍କୁ ପ୍ରପୋଜ କରୁଥିବା ଦେଖିବାକୁ ମିଳିଛି । ଏହା ପରେ ଇରା ହିଁ କହୁଛନ୍ତି । ନୁପୁର ତା’ପରେ ତାଙ୍କୁ ଏକ ରିଙ୍ଗ ପିନ୍ଧାଇଛନ୍ତି । ଇରା ଏବଂ ନୂପୁରଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଇରା ଖାନ ଏବଂ ନୂପୁର ଶିଖର ଦୀର୍ଘ ଦିନ ଧରି ସମ୍ପର୍କରେ ଅଛନ୍ତି । ଦୁଇ ଜଣ ଅଧିକ ସୋସିଆଲ ମିଡିଆରେ ନଜରକୁ ଆସନ୍ତି । ଏହା ସହିତ ଇରା ନିଜର ସମ୍ପର୍କକୁ ନେଇ ଖୋଲାଖୋଲି ଭାବେ ସ୍ୱିକାର କରନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।