You are currently viewing ହଲିଉଡ଼ରେ ଏଣ୍ଟ୍ରି କରିବେ ବରୁଣ ଧାୱନ

ହଲିଉଡ଼ରେ ଏଣ୍ଟ୍ରି କରିବେ ବରୁଣ ଧାୱନ

ବଲିଉଡ ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିରେ  ଅନେକ ହିଟ ଫିଲ୍ମରେ ଅଭିନୟ କରିସାରିଛନ୍ତି। ଏହିସବୁ ଫିଲ୍ମରେ ମଧ୍ୟ ସେ  ଦର୍ଶକଙ୍କ ଠାରୁ ଅନେକ ପ୍ରଶଂସା ସାଉଁଟିଛନ୍ତି । ଏନେଇ ସେ ଆଉ ଏକ  ଖୁସି ଖବର ପ୍ରଶଂସକଙ୍କୁ ଭେଟି ଦେବାକୁ ଯାଉଛନ୍ତି। ଖବର ଅନୁଯାୟୀ ବରୁଣ ଧାୱନ ଖୁବ ଶୀଘ୍ର ହଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି, ଯାହା OTT ପ୍ଲାଟଫର୍ମରେ ଡେବ୍ୟୁ ହେବାର ସୂଚନା ରହିଛି।  ଏହି ପ୍ରୋଜେକ୍ଟରେ ପ୍ରିୟଙ୍କା ଚୋପ୍ରା ମଧ୍ୟ ନଜର ଆସିଛନ୍ତି ।

ଏନେଇ ସୋସିଆଲ ମିଡ଼ିଆରେ ବରୁଣ ତାଙ୍କ OTT ଡେବ୍ୟୁ ବିଷୟରେ ସୂଚନା ଦେଇ କହିଛନ୍ତି କି ‘ ମୁଁ ଏହି ପ୍ଲାଟଫର୍ମକୁ ବହୁତ ଭଲପାଏ । ଏଥିପାଇଁ ମୁଁ ବହୁତ ଉତ୍ସାହ ମଧ୍ୟ ଅଛି ।’ ନିକଟରେ ବରୁଣ ସୋସିଆଲ ମିଡ଼ିଆରେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ, ଯେଉଁ ପ୍ରୋଜେକ୍ଟରେ ଜାହ୍ନବୀ କପୁର ମଧ୍ୟ କାମ କରିବାକୁ ଯାଉଥିବାର ଦେଖିବାକୁ ମିଳିଛି। ଅନ୍ୟପଟେ ବରୁଣଙ୍କର  ଆଉ ଦୁଇଟି ଫିଲ୍ମ ଆଗକୁ ରିଲିଜ ପାଇଁ ପ୍ରସ୍ତୁତ ହୋଇସାରିଛି । ଦୁଇଟି ଫିଲ୍ମରୁ ଗୋଟିଏ ‘ଭେଡିଆ’ ହୋଇଥିବା ବେଳେ ଅନ୍ୟଟି ହେଉଛି ‘ଜୁଗ-ଜୁଗ ଜିଓ’। ‘ଭେଡିଆ’ରେ ବରୁଣଙ୍କ ସହ କ୍ରିତି ସାନନ ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ଜୁଗ-ଜୁଗ ଜିଓରେ କିଆରା ଆଡଭାନୀ, ଅନିଲ କପୁର ଓ ନୀତୁ କସିଂ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।