ମୁମ୍ବାଇ ୦୭/୦୪, ଭାରତୀ ସିଂ ମା’ ହେବା ପରେ ସୋସିଆଲ ମିଡ଼ିଆରେ ନିଜର ପ୍ରଥମ ଫଟୋ ହସ୍ପିଟାଲରୁ ସେୟାର କରିଛନ୍ତି । କମେଡିୟାନ ଭାରତୀ ମା’ ହେବା ପରେ ନିଜର ପ୍ରତିଟି ମୂହୁର୍ତ୍ତକୁ ନିଜ ସନ୍ତାନ ସହ କଟାଉଛନ୍ତି । ନିଜ ସନ୍ତାନକୁ ନେଇ ପତିପତ୍ନୀ(ହଷ ର୍ଓ ଭାରତୀ) ଉଭୟ ବହୁତ ଖୁସି ମଧ୍ୟ ଅଛନ୍ତି । ନିଜ ପୁତ୍ର ସହ ଜୀବନର ଆଉ ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛନ୍ତି ହର୍ଷ ଏବଂ ଭାରତୀ । ମା’ ହେବା ପରେ ଭାରତୀଙ୍କ ଜୀବନ ଶୈଳୀରେ କିଛି ପରିବର୍ତ୍ତନ ଘଟିଛି ।

ଭାରତୀ ସୋସିଆଲ ମିଡ଼ିଆରେ ହସ୍ପିଟାଲରୁ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି କି, ‘ଅବ ନିଦ ନେହିଁ ଜଗାନା ହେ’ ଏହା ଦେଖିଲା ପରେ ସ୍ପଷ୍ଟ ଜଣାପଡୁଛିକି ଭାରତୀ ପୁରା ରାତି ଅନିଦ୍ରା ହୋଇ ନିଜ ଲିଟିଲ ପ୍ରିନ୍ସର ଦେଖାଶୁଣା କରୁଛନ୍ତି। ଭାରତୀ ଓ ହର୍ଷ ଏବେ ଯାଏଁ ନିଜ ବେବିର କୌଣସି ଫଟୋ ସେୟାର କରିନାହାନ୍ତି । ଅନ୍ୟପଟେ ତାଙ୍କ ଫ୍ୟାନ୍ସମାନେ ବେବିର ଫଟୋ ଦେଖିବା ପାଇଁ ବହୁତ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ଏବେ ଦେଖିବାକୁ ବାକି ରହିଲା ଭାରତୀ ଓ ହର୍ଷ କେବେ ନିଜ ପୁତ୍ର ସନ୍ତାନର ଫଟୋକୁ ଫ୍ୟାନ୍ସମାନଙ୍କ ପାଇଁ ସେୟାର କରୁଛନ୍ତି ।