You are currently viewing ଗଙ୍ଗା ଆଳତି କଲେ ବିଗ ବି, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ

ଗଙ୍ଗା ଆଳତି କଲେ ବିଗ ବି, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ

ବଲିଉଡର ବିଗ ବି ତଥା ମେଗାଷ୍ଟାର ଅମିତାଭ ବଚ୍ଚନ କିଛି ନା କିଛି କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ଏବେ ବିଗ ବି ଋଷିକେଶରେ ଥିବା ନଜର ଆସିଛନ୍ତି । ସେଠାରେ ସେ ଗଙ୍ଗା ଆଳତି କରୁଥିବାର ଫଟୋ  ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।  କିଛିଦିନ ପୂର୍ବରୁ  ଅଭିନେତା ଅମିତାଭ ସାଉଥର ପପୁଲାର  ଆକ୍ଟ୍ରେସ ରଶ୍ମିକା ମନ୍ଦନାଙ୍କ ସହ ଏକ ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ, ଯେଉଁ ଫଟୋଟି ଫିଲ୍ମ ‘ଗୁଡବାୟ’ର ସୁଟିଂ ସେଟର ଥିବା ଜଣା ପଡ଼ିଛି । ଖବର ଅନୁଯାୟୀ ଫିଲ୍ମ ‘ଗୁଡବାୟ’ରେ ଅମିତାଭ ବଚ୍ଚନ ଓ ରଶ୍ମିକା ଏକାଠି ନଜର ଆସିଛନ୍ତି । 

ସୂଚନାଯୋଗ୍ୟ ଏହି ଫିଲ୍ମର ସୁଟିଂ ପାଇଁ ଦୁହେଁ ଉତ୍ତରା ଖଣ୍ଡରେ ରହିଛନ୍ତି । ଏନେଇ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହୋଇଥିବା ଫଟୋ ମଧ୍ୟରୁ  ଅମିତାଭ ଗଙ୍ଗା ଆଳତି କରୁଥିବାର ଦେଖାଯିବା ସହ ଅନ୍ୟ ଏକ ଫଟୋରେ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ସହ ଏକ ସିଡିରେ ବସି ସ୍ୱାମୀଙ୍କ କଥାକୁ ଧ୍ୟାନର ସହ ଶୁଣୁଥିବାର ଦେଖିବାକୁ ମିଳିଛି । ସେହିପରି ଅନ୍ୟ ଏକ ଫଟୋରେ ସ୍ୱାମୀ ଚିଦାନନ୍ଦ ଅମିତାଭଙ୍କ ମଥାରେ ତିଲକ ଲଗାଉଥିବାର ଦେଖାଯାଇଛି । ଏହି ଫଟୋରେ ଅମିତାଭ କୁର୍ତ୍ତା ପାଇଜାମା ଓ ନେହେରୂ ଜ୍ୟାକେଟ ପିନ୍ଧି ଥିବାର ଦେକହିବାକୁ ମିଳିଛି। ଅନ୍ୟପଟେ ଆଗକୁ ଅମିତାଭଙ୍କର ତିନୋଟି ଫିଲ୍ମ ଆସିବାକୁ ଯାଉଛି । ସେଗୁଡିକ ହେଲା ‘ରନୱେ୩୪’, ‘ବ୍ରହ୍ମାଅସ୍ତ୍ର’, ‘ଗୁଡବାୟ’ । ‘ରନୱେ୩୪’ରେ ଅମିତାଭ ଙ୍କ ଛଡା ଅଜୟଦେବଗନ,ରକୁଲ ପ୍ରୀତ ସିଂ ନଜର ଆସିଛନ୍ତି । ଫିଲ୍ମଟି ୨୯ ଅପ୍ରେଲରେ ମୁକ୍ତି ଲାଭ କରିବାକୁ ଯାଉଛି । ସେହିପରି ଫିଲ୍ମ ‘ବ୍ରହ୍ମାଅସ୍ତ୍ର’ରେ ଅମିତାଭଙ୍କ ସହ ରଣବୀର କପୁର, ଆଲାଆ ଭଟ୍ଟ ଓ ମୌନି ରାୟ ନଜର ଆସିଛନ୍ତି । ଏହି ଫିଲ୍ମର ସୁଟିଂ ଶେଷ ହୋଇଯାଇଥିବା ବେଳେ ଏହା ଆସନ୍ତା ୯ ସେପ୍ଟେମ୍ବରରେ ରିଲିଜ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।