ମୁମ୍ବାଇ (୮.୧୦.୨୨) : ସୋସିଆଲ ମିଡିଆ ଇନଫ୍ୟୁଏନ୍ସର ବଲିୱିନ୍ଦର କାଟାରିଆ ତଥା ବବି । ସେ ସର୍ବସାଧାରଣ ସ୍ଥାନରେ ମଦ୍ୟ ପାନ ମାମଲାରେ ଫେରାରଥିଲେ । ଶୁକ୍ରବାର ସେ ଡେରାଡୁନ ସ୍ଥାନୀୟ କୋର୍ଟରେ ଆତ୍ମ ସର୍ମପଣ କରିଥିଲେ । ବର୍ତ୍ତମାନ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ରବିଙ୍କର ଏକ ଭିଡିଓ ସେସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଯେଉଁଥିରେ ସେ ରାସ୍ତା ମଝିରେ ମଦ୍ୟ ପାନ କରୁଥିବା ଦେଖିବାକୁ ମିଳିଥିଲା । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟନୁଷ୍ଟାନ ଗ୍ରହଣ କରିଥିଲା । କିନ୍ତୁ ବବି ଧରା ଦେଇ ନଥିଲେ । ଜଜ୍ ସଞ୍ଜୟ କୁମାରଙ୍କ କୋର୍ଟ ୨୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡ ପ୍ରଦାନ କରିବା ପରେ କଟାରିଆକୁ ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ସେ ଦିଲ୍ଲୀର ବହୁ ଓକିଲଙ୍କ ଏକ ଟିମ୍ ସହିତ ଏଠାରେ ପହଞ୍ଚିଥିଲେ। କହିବାକୁଗଲେ, ଅଗଷ୍ଟ ମାସରେ, ଭାଇରାଲ୍ ହୋଇଥିବା ଭିଡିଓରେ, କଟାରିଆ ରାସ୍ତା ମଝିରେ ଏକ ଚେୟାରରେ ବସି ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ଦେଖିବାକୁ ମିଳିଥିଲା। ଏହି ମାମଲାରେ କଟାରିଆ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହା ପ୍ରଥମ ଥର ନୁହେଁ ବବି କଟାରିଆ ବିବାଦରେ ଅଛନ୍ତି। ଜାନୁଆରୀରେ ବବି ଏକ ସ୍ପାଇସଜେଟ ବିମାନରେ ସିଗାରେଟ ଟାଣୁଥିବାର ନଜର ଆସିଥିଲେ।
ରାଜ୍ୟବାସୀଙ୍କ ପାଇଁ ଉତ୍କଳ ଦିବସ ଭେଟିନିଜକୁ ଗୁଳି କରି ଆତ୍ମହତ୍ୟାଆମେରିକାରେ ଅନୁପ୍ରବେଶ କରୁଥିବା ୬ ଜଣଙ୍କ ମୃତ୍ୟୁକୋଟିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଜାଣନ୍ତୁ କେଉଁଦିନ ନଖ କାଟିବେ ନାହିଁ୫ଟି ସଚିବଙ୍କ ମଧୁ ସ୍ମୃତି ପୀଠ ପରିଦର୍ଶନବିହାରରେ ବ୍ୟାପକ ହିଂସାANS NEWS SUPERFAST [email protected]ସାଉଦିଆରବରେ ପ୍ରବାସୀ ଓଡିଆଙ୍କ ଦ୍ୱାରା ପାଳିତ ହେଲା ଉତ୍କଳ ଦିବସନକଲି ସାର୍ଟିଫିକେଟ ମାମଲାରେ ବଲାଙ୍ଗୀର ଯାଇ ତଦନ୍ତ କରିବ କ୍ରାଇମବ୍ରାନଞ୍ଚ