ପରଲୋକରେ ଅଭିନେତା ରାଜୀବ କପୁର

ମୁମ୍ବାଇ, ବଲିଉଡ୍ ଅଭିନେତା ରାଜୀବ କପୁରଙ୍କ ୫୮ ବର୍ଷ ବୟସରେ ପରଲୋକ ହୋଇଛି। ହୃଦ୍‌ଘାତରେ ଅଭିନେତା ରାଜୀବ କପୁରଙ୍କ ପରଲୋକ ହୋଇଥିବା ସୂଚନା ରହିଛି । ତାଙ୍କର ବିୟୋଗରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ସେ ୧୯୮୩ ମସିହାରେ ‘ଏକ୍ ଜାନ୍ ହୈ ହମ୍’ ଚଳଚ୍ଚିତ୍ରରୁ ନିଜର ବଲିଉଡ୍ ଡେବ୍ୟୁ କରିଥିଲେ। ରାମ ତେରୀ ଗଙ୍ଗା ମୈଲୀ, ଆସମାନ, ଲଭର ବୟ, ଜିମ୍ମେଦାର ଇତ୍ୟାଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ରାଜୀବ କପୁର ।

Leave A Reply

Your email address will not be published.