୩୬ ବର୍ଷରେ ପାଦ ଥାପିଲେ ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା

ନୂଆଦିଲ୍ଲୀ: ୩୬ ବର୍ଷରେ ପାଦ ଥାପିଲେ ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା । ଆଜି ସିଦ୍ଧାର୍ଥ ମଲହୋତ୍ରାଙ୍କ ଜନ୍ମଦିନ । ଏହି ଅବସରରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିଲେ ସିଦ୍ଧାର୍ଥ |ବଲିଉଡରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ଷ୍ଟୁଡେଣ୍ଟ ଅଫ ଦ ଇଅରରେ,ଏହି ଫିଲ୍ମ ଜରିଆରେ ସେ ପ୍ରଥମେ ଡେବ୍ୟୁ କରିଥିଲେ । ଏହାପରେ ସେ ବହୁ ବଡ ବଡ କଳାକାରଙ୍କ ସହ କାମ କରିବାକୁ ସୁଯୋଗ ପାଇଛନ୍ତି । ଏହାପରେ ସିଦ୍ଧାର୍ଥ ବଲିଉଡରେ ଗୋଟେ ପରେ ଗୋଟେ ଫିଲ୍ମ କରିଥିଲେ |ଷ୍ଟୁଡେଣ୍ଟ ଅଫ ଦ ଇଅର ଫିଲ୍ମରେ ସଫଳତା ମିଳିବା ପରେ ସେ ଏକ ଭିଲାନ, ବ୍ରଦର ଏବଂ ଇତେଫାକ୍ ଭଳି ଫିଲ୍ମ କରିଛନ୍ତି । ସିଦ୍ଧାର୍ଥ କପୁର ଆଣ୍ଡ ସନସ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।
ସିଦ୍ଧାର୍ଥ ମଲହୋତ୍ରାଙ୍କ ଜନ୍ମ ୧୯୮୫ ମସିହା ଜାନୁଆରୀ ୧୬ରେ ଦିଲ୍ଲୀରେ ହୋଇଥିଲା । ସେ ଦିଲ୍ଲୀ ୟୁନିଭରସିଟିର ଶହୀଦ ଭଗତ ସିଂହ କଲେଜରେ ବିକମ୍ ପଢୁଥିଲେ | ବିକମ୍ କରିବା ସମୟରେ ମଡେଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ସିଦ୍ଧାର୍ଥ । ତାପରେ ସେ ବଲିଉଡରେ ପାଦ ଥାପିଥିଲେ |

Leave A Reply

Your email address will not be published.