ନୂଆ ବଙ୍ଗଳା କିଣିଲେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ

ମୁମ୍ବାଇ(26.4.23): ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଆକ୍ଟିଂ ଏବଂ ସୌନ୍ଦର୍ଯ୍ୟ ପାଇଁ ବି-ଟାଉନ୍‌ରେ ବେଶ୍‌ ଲୋକପ୍ରିୟ। ସେ ବଲିଉଡ୍‌ର ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ, ଯିଏ ନିଜ ହୃଦୟର କଥାକୁ ବିନା ଭୟରେ ସମସ୍ତଙ୍କ ସାମ୍ନାରେ ଆଣିବାକୁ ସାହସ ରଖନ୍ତି। ବଲିଉଡର ଷ୍ଟାର କପଲ ଆଲିଆ ଭଟ୍ଟ ଏବଂ ରଣବୀର କପୁର ନିକଟରେ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ପରେ ଷ୍ଟାର କପଲ ଲଗାତାର ନୂଆ ଅପଡେଟ୍‌ ଦେଉଛନ୍ତି। ତେବେ ଆଲିଆଙ୍କୁ ନେଇ ଆଉ ଏକ ନୂଆ ଅପଡେଟ୍ ଏବେ ସାମ୍ନାକୁ ଆସିଛି।ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ମୁମ୍ବାଇର ପାଲି ହିଲ୍‌ଠାରେ ଏକ ପ୍ରିମିୟମ୍ ରେସିଡେନ୍‌ସିଆଲ୍‌ ଆପାର୍ଟମେଣ୍ଟ୍‌ କିଣିଛନ୍ତି। ଆଲିଆଙ୍କ ଏହି ନୂତନ ଘର ପାଲି ହିଲରେ ଥିବା ଏରିଆଲ୍ ଭ୍ୟୁ କୋଅପରେଟିଭ୍ ହାଉସିଂ ସୋସାଇଟି ଲିମିଟେଡ୍‌ରେ ଅବସ୍ଥିତ। ଏବେ ସେ ସ୍ବାମୀ ରଣବୀର କପୁର ଓ ଝିଅ ରିହାଙ୍କ ସହ ରଣବୀରଙ୍କ ଫ୍ଲାଟ୍‌ ‘ବାସ୍ତୁ’ରେ ରହୁଛନ୍ତି। ସେଠାରେ ଏବେ ସେମାନଙ୍କର ଆଠ ମହଲା ବିଶିଷ୍ଟ ଘର ନିର୍ମାଣ ହେଉଛି।

Leave A Reply

Your email address will not be published.