You are currently viewing ଟ୍ୟାକ୍ସ ଦେଉ ନାହାଁନ୍ତି ବଲିଉଡ ବିୟୁଟି

ଟ୍ୟାକ୍ସ ଦେଉ ନାହାଁନ୍ତି ବଲିଉଡ ବିୟୁଟି

 ମୁମ୍ବାଇ୧୭/୦୧, ବଚ୍ଚନ ପରିବାରର ବଧୁ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ନେଇ ଏବେ ଚର୍ଚ୍ଚା  । ଜମି କିଣିଛନ୍ତି,  କର ଦେଉ ନାହାଁନ୍ତି  । ଆଉ ଯାହାକୁ ନେଇ  ଐଶ୍ବର୍ଯ୍ୟାଙ୍କ ଘରେ ପହଁଚିଛି ତଦସିଲଦାରଙ୍କ ନୋଟିସ  ।  ନାଶିକ ତହସିଲଦାର ଘରକୁ ପଠାଇଛନ୍ତି ନୋଟିସ । ଖବର ଅନୁଯାୟୀ ମହାରାଷ୍ଟ୍ରର ନାଶିକ ଅଞ୍ଚଳରେ ଐଶ୍ବର୍ଯ୍ୟାଙ୍କ ନାଁରେ ଏକ ଜମି ରହିଛି  । କିନ୍ତୁ ଦୀର୍ଧ ଗିନ ହେବ ଟିକସ ଦେଉନାହାଁନ୍ତି ବଚ୍ଚନ ପରିବାରର ବଧିୁ  । ଆଉ ଯାହାକୁ ନେଇ ଖୋଦ ପ୍ରଶାସନ ତାଙ୍କ ଦୁଆରକୁ ଯିବାକୁ ବାଧ୍ୟ ହୋଇଛି  ।   ଏହି ଜମିର ଟିକସ ୨୧,୯୬୦ ଟଙ୍କା ଭରିନାହାଁନ୍ତି ଅଭିନେତ୍ରୀ । ଏନେଇ ନାସିକ୍ ତହସିଲଦାର ତାଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି । ୧୨ ମାସର  ବକେୟା ଟ୍ୟାକ୍ସ ଦେଇ ନାହାଁନ୍ତି ଅଭିନେତ୍ରୀ  । ୨୧,୯୬୦ ଟଙ୍କା ବାକି ଅର୍ଥ ଲ ପାଇଁ ରାଜସ୍ୱ ବିଭାଗ ନେଇଛି ନିଷ୍ପତ୍ତି  ।  ସେହି ଅଞ୍ଚଳରେ ୧୨ଶହ ଲୋକଙ୍କୁ ନୋଟିସ ପଠାଇଛି ପ୍ରଶାସନ  । ଯାହା ଭିତରେ ଐଶ୍ବର୍ଯ୍ୟା ମଧ୍ୟ ସାମିଲ ଅଛନ୍ତି  । ମାର୍ଚ୍ଚ ମାସ ସୁଦ୍ଧା ଟିକସ ଭରିବାକୁ ନୋଟିସରେ ଉଲ୍ଲେଖ ରହିଛି  । ଯେହେତୁ ଆର୍ଥିକ ବର୍ଷ ଭାବେ ମାର୍ଚ୍ଚକୁ ଗଣନା କରାଯାଏ  । ତେଣୁ ଏହି ମାସରେ ଅର୍ଥ ଦେବାକୁ ସମସ୍ତ ଟିକସ ଫାଙ୍କୁଥିବା ଲୋକ ବାଧ୍ୟ  । ନଚେତ ଆଇନ ଅନୁଯାୟୀ କଟୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ସ୍ଥାନୀୟ ପ୍ରଶାସନ  । ପୂର୍ବରୁ ମଧ୍ୟ ଏଭଳି ମାମଲାରେ ଛନ୍ଦି ହୋଇଛନ୍ତି ମିସ ୱାର୍ଲଡ ଐଶ୍ବର୍ଯ୍ୟା  ।

ଅନ୍ୟମାନଙ୍କୁ ଜଣାନ୍ତୁ।